ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ, ତୈଳ-ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଓ ଲଖିମପୁର୍ ପ୍ରସଙ୍ଗ ବିରୋଧୀଙ୍କ ପାଇଁ ରହିବ ବଡ ମୁଦ୍ଦା

ନୂଆଦିଲ୍ଲୀ: ନଭେମ୍ବର ୨୯ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ରେ ଶେଷ ହେବା ନେଇ ପ୍ରାଥମିକ ସୂଚନା ମିଳିଛି । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଅଧିବେଶନ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛି ।

ସଂସଦର ଶୀତକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଏବେ ଯାଏଁ ବି ଜାରି ରହିଛି ଚାଷୀ ଆନ୍ଦୋଳନ । ତେଣୁ ଚଷୀଙ୍କ ନ୍ୟାୟ ଦାବିରେ ଗରମ ହୋଇପାରେ ଗୃହ । କେବଳ ଚାଷୀ ସମସ୍ୟା ନୁହେଁ । ଲଖିମପୁର୍ ଘଟଣା, କାଶ୍ମୀରରେ ସାଧାରଣ ଲୋକଙ୍କ ଉପରେ ଆତଙ୍କୀ ଆକ୍ରମଣକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ଗୃହରେ ସବୁଠୁ ବଡ ମୁଦ୍ଦା ରହିପାରେ ଦର ବୃଦ୍ଧି । ଯେଉଁଭଳି ଭାବେ ତୈଳ ଦର, ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହେଉଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଏନେଇ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ପ୍ରସଙ୍ଗ ବଡ ମୁଦ୍ଦା କରି ଗୃହ ଗରମ କରିପାରନ୍ତି ବିରୋଧୀ

କୋଭିଡ ସଂକ୍ରମଣ ପାଇଁ ଗତବର୍ଷ ସଂସଦର ଶୀତକାଳୀନ ଅଧିବେଶନ ହୋଇନଥିଲା । ତେବେ ମୌସୁମୀ ଅଧିବେଶନ ଶେଷ ହୋଇଥିଲ ସୁଦ୍ଧା ଏକାଧିକ କାର୍ଯ୍ୟ ଦିବସ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଥିଲା । ପେଗାସସ ପ୍ରସଙ୍ଗ ଓ କେନ୍ଦ୍ରୀୟ କୃଷି ଆଇନକୁ ନେଇ ଗୃହରେ ପ୍ରଥମ ଦିନରୁ ହଟ୍ଟଗୋଳ ଆରମ୍ଭ କରିଥିଲେ ବିରୋଧୀ। ଆରମ୍ଭରୁ ଶେଷ ଯାଏ ବିଭିନ୍ନ ପ୍ରସଙ୍ଗରେ ବିରୋଧକୁ ନେଇ ଗୃହ ସରଗରମ ରହିଥିବାବେଳେ ଅଧିବେଶନ ଶେଷ ହେବାର ୨ ଦିନ ପୂର୍ବରୁ ଗୃହକୁ ସାଇନଡାଏ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି । ତେବେ ଆଗାମୀ ବର୍ଷର ଆରମ୍ଭରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏପରି ପରିସ୍ଥିତିରେ ଏହି ଅଧିବେଶନରେ ମୋଦୀ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ କରିପାରନ୍ତି ।

Leave A Reply

Your email address will not be published.