ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୀତରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୫ ସହର

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଶୀତ ଆରମ୍ଭ ହୋଇଯାଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି। ଫଳରେ ପୂର୍ବ ଅପେକ୍ଷା ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ସନ୍ଧ୍ୟା ପରେ ହଠାତ ତାପମାତ୍ରା ଖସୁଥିବାରୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହିତ ପଶ୍ଚିମ ଦିଗରୁ ଥଣ୍ଡା ବାୟୁର ପ୍ରବେଶ ରହୁଛି। ଯାହାଦ୍ୱାରା ତାପମାତ୍ରା ତଳ ମୁହାଁ ହେଉଛି।

ଗତ ୨୪ ଘଣ୍ଟାରେ ସେମିଳିଗୁଡ଼ା(କୋରାପୁଟ)ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ପାରଦ ୭.୬ ଡିଗ୍ରୀ ପହଞ୍ଚିଥିବା ବେଳେ ମୋଟ୍‍ ୫ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସେମିଳିଗୁଡ଼ା ସହିତ ଜି. ଉଦୟଗିରିରେ ତାପମାତ୍ରା ୯ ଡିଗ୍ରୀ, କିରେଇ (ସୁନ୍ଦରଗଡ) ୯.୪ ଡିଗ୍ରୀ, ଫୁଲବାଣୀ(କନ୍ଧମାଳ) ୯.୫ ଡିଗ୍ରୀ, ଚିପିଲିମା(ସମ୍ୱଲପୁର) ୯.୮ ଡିଗ୍ରୀ, କେନ୍ଦୁଝର ୧୦ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ତାପମାତ୍ରା କମିବା ଯୋଗୁଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍‍ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଶୀତର ପ୍ରକୋପ ରହିବା ନେଇ ବିଭାଗ ଆକଳନ କରିଛି।

ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ। ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମୁଥିବାରୁ ଏଠାରେ ଶୀତର ପ୍ରକୋପ ଜାରି ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ଶୀତ ସାଙ୍ଗକୁ କିଛି ସ୍ଥାନରେ ସକାଳୁ ସକାଳୁ କୁହୁଡି ଦେଖିବାକୁ ମିଳୁଛି। ଏଥିପାଇଁ ଭୋର୍‍ ସମୟରେ ଯାତାୟତ କରୁଥିବା ଗାଡ଼ି ଚାଳକଙ୍କୁ ସତର୍କତା ସହ ଗାଡ଼ି ଚାଳନା କରିବାକୁ ପରାମର୍ଶ ଦିଆଯାଇଛି। ଶୀତ ବଢ଼ିବା ପରେ ସକାଳୁ ପାର୍କ, ପଡ଼ିଆରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

Leave A Reply

Your email address will not be published.