ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଆଇନ ମଦ ଭାଟିରୁ ୭କ୍ବିଣ୍ଟାଲ ପୋଚ ସହ ୪୦ଲିଟର ଦେଶୀ ମଦ ଜବତ

ଗୋପବନ୍ଧୁନଗର: ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଗୋପବନ୍ଧୁ ନଗର ବ୍ଲକର କେନ୍ଦୁଆମୁଣ୍ଡିରେ ଚାଲିଥିବା ଏକ ଦେଶୀ ମଦ ଭାଟିରେ ଚଢଉ କରି ୭କ୍ବିଣ୍ଟାଲ ମହୁଲ ପୋଚ ସମେତ ବିକ୍ରି ଉଦେଶ୍ୟରେ ରଖା ଯାଇଥିବା ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥି ସହିତ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ୧୪ ଗୋଟି ପ୍ଲାଷ୍ଟିକ ଡ୍ରମ ଓ ୪ଗୋଟି ଆଲୁମିନିୟମ ଡେକଚି ଜବତ କରାଯାଇଛି। ତେବେ ଉକ୍ତ ଚଢାଉ ସମୟରେ ଅବକାରୀ ବିଭାଗ କାହାରିକି ଗିରଫ କରିବାକୁ ସମର୍ଥ ହୋଇପାରିନାହିଁ।

ସେହିପରି ଅନ୍ୟ ଦୁଇଟି ସ୍ଥାନରେ ବିଭାଗୀୟ କର୍ମଚାରୀ ମାନେ ଚଢଉକରିଥିବା ବେଳେ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଉଭୟ ଖୁଣ୍ଟା ବ୍ଲକର ଦୁଲାସାହିର ମୁଚିରାମ ସୋରେନ ଓ ଖୁଦପୁଟଳି ଗ୍ରାମର ଭଗତ ସିଂ। ସେମାନଙ୍କ ନିକଟରୁ ଯଥାକ୍ରମେ ୮ଲି ଓ ୫ଲି ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛିା

Leave A Reply

Your email address will not be published.