ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୟାଗଡ଼ରେ ବୃଦ୍ଧି ପାଉଛି ବନ୍ୟଜନ୍ତୁ ଶୀକାର: ୬୦ କେଜି ହରିଣ ମାଂସ ଜବତ, ଜଣେ ଗିରଫ

ନୟାଗଡ଼/ ଶରଣକୁଳ : ନୟାଗଡ଼ ଜିଲ୍ଲାରେ ଗତକିଛି ମାସ ହେବ ବନ୍ୟଜନ୍ତୁ ଶୀକାର ବହୁଳ ମାତ୍ରରେ ବୃଦ୍ଧି ପାଇଛି । ନୟାଗଡ଼ ବନାଞ୍ଚଳ ଜଣେ ଶୀକାରଙ୍କୁ ଗିରଫ କରିବା ସହ ଠେକୁଆ ମାଂସ ଜବତ କରିବା, ଖଣ୍ଡପଡ଼ା ବନାଞ୍ଚଳ ୬ ଜଣ ଶୀକାରୀଙ୍କୁ ଗିରଫ କରିବା ଏବଂ ପଞ୍ଚାରିଡ଼ା ବନାଞ୍ଚଳ ବିପୁଳ ପରିମାଣର ହରିଣ ମାଂସ ଜବତ କରିବା ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରୁଛି । ଜିଲ୍ଲାରେ ଜଙ୍ଗଲ ପରିମାଣ ଦିନକୁ ଦିନ ବୃଦ୍ଧି ପାଉଛି । ଜାଳେଣୀର ଆବଶ୍ୟକତା ନଥିବାରୁ ଜଙ୍ଗଲରୁ କାଠ ସଂଗ୍ରହ କମିଛି । ଯାହା ଫଳରେ ବୁଦୁବୁଦିଆ ଜଙ୍ଗଲ ବନ୍ୟଜନ୍ତୁ ସଂଖ୍ୟାର ଘନତ୍ୱ ବୃଦ୍ଧିରେ ବେଶ ସହାୟକ ହେଉଛି । ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ୭ଟି ବନାଞ୍ଚଳ ଏବଂ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ସହିତ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ୩ଟି ବନାଞ୍ଚଳ ନୟାଗଡ଼ ଜିଲ୍ଲା ମଧ୍ୟରେ ରହିଛି । ୧୧ଟି ବନାଞ୍ଚଳରେ କଲରାପତରିଆ ବାଘ, ବାରହା, ହରୀଣ, କୋଟରାଙ୍କଠାରୁ ଆରମ୍ଭ କରି ବହୁ ବନ୍ୟଜନ୍ତୁ ବୃଦ୍ଧି ପାଇ ଚାଲିଛି । ନୟାଗଡ଼ ବନାଞ୍ଚଳରେ କିଛିଦିନ ତଳେ ଗୟଳ ପଦଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ମାତ୍ର କର୍ମଚାରୀ ଅଭାବ ଏବଂ ବନବିଭାଗ ପାଖରେ ଅସ୍ତ୍ରଅସ୍ତ୍ର ଅଭାବ ଶୀକାରୀଙ୍କୁ ରୋକିବା ପାଇଁ ପଦକ୍ଷେପ ନେବାରେ ବାଧା ସୃଷ୍ଟି କରିଛି । ଯାହାର ସୁଯୋଗ ନେଇ ଅବାଧ ଶୀକାର ଚାଲିଥିବା ବେଳେ ଏହା ପରିବେଶ ବିତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ସେହିପରି,  ଶରଣକୁଳ ଠାରୁ ୪ କିଲୋମିଟର ଦୂର ବଡ଼ପୁଟ ପ୍ରାଇମେରି ସ୍କୁଲ ଆଗ ଗୋଟିଏ ଖଳା ବାରିରେ ଦୁଇଟି ପ୍ଲାଷ୍ଟିକ ଡ୍ରମରେ ଏକ କେଜି ଲେଖାଏଁ ଜରି ପ୍ୟାକିଙ୍ଗ ହୋଇ ଡ୍ରମ ଭର୍ତି ପ୍ରାୟ ଷାଠିଏ କେଜିରୁ ଉଦ୍ଧ୍ୱର୍ ହରିଣ ମାଂସକୁ ବନ ବିଭାଗୀୟ କର୍ମଚାରୀମାନେ ଜବତ କରିବା ସହିତ ଜଣକୁ ଅଟକ ରଖିଛନ୍ତି । କୌଣସି ସୁତ୍ରରୁ ଖବର ପାଇଁ ପଞ୍ଚରିଡ଼ା ବନାଞ୍ଚଳ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ, ବନପାଳ ସୂର୍ୟ୍ୟକାନ୍ତ ମହାରଣା, ବନରକ୍ଷୀ ପ୍ରକାଶ ଚନ୍ଦ୍ର ପାଲ, ବିପିନ ବେହେରା ପ୍ରୋଟେକ୍ସନ ସ୍କାର୍ଡ ଓ ପାରା ସ୍କାର୍ଡ ସହିତ ମିଳିତ ଚଢ଼ଉ କରି ୬୦ କେଜି ହରିଣ ମାଂସ ଜବତ କରିବା ସହିତ ଗଞ୍ଜାମ ଜିଲ୍ଲା ପଞ୍ଚଭୁତି ଗ୍ରାମର ଫକିର ନାୟକକୁ ଘଟଣାସ୍ଥଳରୁ ଧରି ଗିରଫ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଥିବା ବାରି ହରିଣମାନଙ୍କୁ ମାରି ତାର ମାଂସକୁ ଗଞ୍ଜାମ ସୀମାରେ ଥିବା ରୋହିବାଙ୍କ, ସୁନାମୁହିଁ, କୋମଣ୍ଡ, କେନାଲଛକ, ନନ୍ଦିଘୋର, ପଞ୍ଚିରିଡା, ବଡ଼ପୁଟ ଓ ପାଖଆଖ ଗାଁରେ କେଜି ପିଛା ମାଂସକୁ ୩୦୦ ରୁ ୪୦୦ ଟଙ୍କା ପର୍ୟ୍ୟନ୍ତ ବିକ୍ରିକରି ଭଲ ରୋଜଗାର ପନ୍ଥାକୁ ଆପଣେଇ ନେଇଛନ୍ତି । ଅବାଧ ଶିକାର କରି ମାଂସକୁ ଅଟୋ ବା ବାଇକ ଯୋଗେ ଆଣି ସପ୍ତାହର ବୁଧ, ଶୁକ୍ର ଓ ରବିବାର ଦିନ ବିକ୍ରି କରି ଚାଲିଯାନ୍ତି । ଏହା ସବୁବେଳେ ବନ ବିଭାଗର ଜଣାଶୁଣାରେ ହେଉଥିଲେ ମଧ୍ୟ କାଁ ଭାଁ ଉପର ଠାଉରିଆ ଭାବେ ଚଢ଼ଉ କରାଯାଉଛି । ଏପରି ଅବାଧ ପଶୁ ଶୀକାର ଚାଲୁ ରହିଲେ କ୍ରମଶଃ ଜଙ୍ଗଲରୁ ପଶୁ ଶୁନ୍ୟ ହୋଇଯିବ ବୋଲି ପରିବେଶବିତଙ୍କ ମତ ଦେଇଛନ୍ତି । ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ବନାଞ୍ଚଳ କାର୍ୟ୍ୟାଳୟରେ ପହଁଚି ଦୀର୍ଘ ତିନ ଘଣ୍ଟା କବାଟକିଳା ତଦନ୍ତ କରି ଫେରି ଯାଇଥିବା ଦେଖାଯାଇଛି । ପ୍ରାଣୀ ଚିକିତ୍ସକ ସତ୍ୟ ପ୍ରକାଶ ଦ୍ୱିବେଦୀ ଓ ପ୍ରାଣୀଧନ ନୀରିକ୍ଷକ ଦିଲ୍ଲୀପ ସାହୁ ମାଂସକୁ ପରୀକ୍ଷା ପାଇଁ ପଠାଇଥିବା ବେଳେ ଜବତ ମାଂସକୁ ଗାତ ଖୋଳି ପୋତି ଦିଆଯାଇଛି ।

Leave A Reply

Your email address will not be published.