ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ପରିବାର ଲୋକେ ମହିଳାଙ୍କୁ ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମୋଟୁ ଥାନା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଫେରାର ଥିବା ସ୍ବାମୀକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଖବର ଅନୁଯାୟୀ, ମୋଟୁ ଥାନା କମଳାପୁରମ ଗାଁର କୁରସାମୀ କାଲି ଓ କୁରସାମୀ ଗଙ୍ଗା ମହିଳା ଜଣକ ସ୍ବାମୀଙ୍କ ସହ ମିଶି ମଦ୍ୟପାନ କରିଥିଲେ। ପରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ସ୍ବାମୀ ଗଙ୍ଗା ନିଜ ସ୍ତ୍ରୀକୁ ତୀର ମାଡ଼କରି ସେଠାରୁ ଫେରାର ହୋଇଯାଇଥିଲା। ମହିଳାଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଓ ତାଙ୍କ ପୁଅ ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମୋଟୁ ମେଡିକାଲ ନେଇଥିଲେ। ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଚିକିତ୍ସାଧୀନ ପରେ ମହିଳା ଜଣକ ବିପଦ ମୁକୁ ଥିବା ଜଣାପଡିଛି।

Leave A Reply

Your email address will not be published.