ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବାମୀ କରୋନାରେ ଚାଲିଗଲେ, ଚିନ୍ତାଗ୍ରସ୍ତ ହୋଇ ସ୍ତ୍ରୀ କଲେ ଆତ୍ମହତ୍ୟା

ବାଲେଶ୍ଵର : କିଛି ଦିନ ତଳେ ସ୍ବାମୀ ରାଜେଶ ସିଂହ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଚିନ୍ତାରେ ରହି ମଙ୍ଗଳବାର ଦିନ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ମାଣିଖମ୍ବ ଅଞ୍ଚଳର ଜୁଲି ସିଂହ(୩୭)।

ପୁଲିସ ସୂଚନା ମୁତାବକ,ମାଣିଖମ୍ବରେ ରହୁଥିବା ରାଜେଶ ଓ ଜୁଲିଙ୍କ ଦୁଇ ଜଣ ପିଲା। ରାଜେଶ ଜଣେ ହୋମିଓପାଥି ଡାକ୍ତର ଥିଲେ। ଗୋଳାପୋଖରୀରେ ତାଙ୍କର ଏକ କ୍ଲିନିକ ରହିଛି। ତେବେ ରାଜେଶ ହଠାତ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଜୁଲି ଚିନ୍ତାଗ୍ରସ୍ତ ହୋଇଥିଲେ। ମଙ୍ଗଳବାର ଦିନ ଜୁଲି ଦୁଇ ପିଲାକୁ ଦିନରେ ଖାଇବାକୁ ଦେଇ ନିଜ ରୁମ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି।

Leave A Reply

Your email address will not be published.