ମୋବାଇଲ ନଦେବାରୁ ସ୍ୱାମୀକୁ ହାଣିଲା ସ୍ତ୍ରୀ

ବଲାଙ୍ଗୀର – ଆଜିକାଲି ପିଲାଠାରୁ ବୟସ୍କ ଯାଏ ସମସ୍ତଙ୍କୁ ମୋବାଇଲ ନିଶା ଘାରିଛି। ଏପରିକି ମୋବାଇଲ ପାଇଁ ଜୀବନ ମଧ୍ୟ ହାରିବାକୁ ପଛାଉନାହାନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁଇଁତଳା ବ୍ଳକ କେଶେରକେଲା ଗାଁରେ। ମୋବାଇଲ ନଦେବାରୁ ସ୍ୱାମୀକୁ ହାଣିଲା ସ୍ତ୍ରୀ। ସ୍ୱାମୀକୁ ସନ୍ଦେହ କରି ପନିକିରେ ହାଣିଥିବା ଜଣାପଡିଛି। ସ୍ଵାମୀ ଗଣେଶ୍ଵର ସୁନା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ସ୍ତ୍ରୀ ଇଶ୍ୱରୀ କୁମାରୀ ଫେରାର୍।

Leave a comment