ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାହିଁକି ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମର ଦିବସ ଭାବେ ପାଳନ କରାଯାଏ, ଜାଣନ୍ତୁ ଏହାର ପ୍ରକୃତ ସତ……..

ପ୍ରେମ ପାଇଁ ଦିନଟିଏ, ଭାଲେଣ୍ଟାଇନ୍ସ ଡେ’। ଫେବୃୟାରୀ ୭ ରୋଜ୍‌ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ। ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଓ ପ୍ରେମ ନୈସର୍ଗିକ । ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ପ୍ରେମ ମାନେନା ବାଧାବିଘ୍ନ। ମାନେନା ସୀମା ସରହଦ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହାର ଆଖିରେ ଆଖିତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ , ହାରିବା ଭିତରେ ଯେଉଁଠି ଜିତିବା ଦେଖାଯାଏ, ତାହା ପ୍ରେମ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ପ୍ରେମୀ ଯୁଗଳମାନେ ଭାଲଣ୍ଟୋଇନ୍ସ ଡେ’ ଭାବେ ପାଳନ କରିଥା’ନ୍ତି। ଏହି ଦିନ ନିଜ ମନର ମଣିଷକୁ ହୃଦୟର କଥା କହିଥାନ୍ତି ପ୍ରେମପକ୍ଷୀ। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଭାଲେଣ୍ଟାଇନ୍ସ ଡେ’କୁ ନେଇ ଉତ୍ସୁକତା ରହିଥାଏ।

ଭାଲେଣ୍ଟାଇନ୍ସ ଡେ’ରେ ବିଶେଷ କରି ପାର୍କ, ସପିଂ ମଲ, ରେସ୍ତୋରାଁ ଓ ସିନେମା ହଲ୍‌ରେ ପ୍ରେମୀଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପ୍ରେମର ମୂକସାକ୍ଷୀ ଏହି ଦିନଟିକୁ ପାଳିବା ପାଇଁ ପ୍ରେମୀଯୁଗଳମାନେ ବର୍ଷଟିଏ ଅପେକ୍ଷା କରିଥାନ୍ତି। ଭଲ ପାଉଥିବା ସାଥୀଟିକୁ ନିଜର ମନକଥା କହିବା ପାଇଁ ବାଛିଥାନ୍ତି ଏହି ଦିନଟିକୁ। ତେବେ ଭଲ ପାଇବା ପାଇଁ ଗୋଟିଏ ଜୀବନ ବି କମ୍ ପଡିଯାଏ। ଦିନଟିଏ ତ କିଛି ବି ନୁହେଁ। ତଥାପି ହସଖୁସି ଭିତରେ ସାଥୀ ସହ ଏକାନ୍ତରେ ସମୟ ବିତାଇବା ପାଇଁ ଏହି ଦିନର ପରିକଳ୍ପନା।

ଭାଲେଣ୍ଟାଇନ୍ସ ଡେ’ରେ କୌଣସି ଦିବସର ନାଁ ନୁହେଁ, ବରଂ ରୋମ୍‌ର ଜଣେ ସନ୍ଥଙ୍କ ନାମ। ସେତେବେଳେ କ୍ଲାଉଡିୟସ୍ ଦ୍ବିତୀୟ ନାମକ ଜଣେ ଶାସକ ରୋମ୍ ଉପରେ ରାଜୁତି କରୁଥିଲେ। ସେ ପ୍ରେମ ଓ ବିବାହକୁ ପସନ୍ଦ କରୁ ନ ଥିଲେ। ପ୍ରେମ ଓ ବିବାହ କାରଣରୁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ ବୋଲି ସେ ଭାବୁଥିଲେ। ଏଥିପାଇଁ ରୋମାନ୍ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚିଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜଣାପଡିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେଣ୍ଟାଇନ୍। ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟା ୨୬୯ରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା। ସେବେଠାରୁ ପାଳନ ହେଉଛି ଭାଲଣ୍ଟୋଇନ୍ସ ଡେ’। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏହା ଅନେକ ଦିନ ଧରି ପାଳନ କରାଯାଇଥିଲେ ସୁଦ୍ଧା ଭାରତରେ ଏହା କିଛି ବର୍ଷ ହେଲା ବେଶ୍‌ ପ୍ରଭାବ ବିସ୍ତାର କରିଛି। ଆମ ଦେଶରେ ଏହାକୁ ଏକ ଅପସଂସ୍କୃତି ପ୍ରଥା କହି ଅନେକ ସଂଗଠନ ବିରୋଧ କରୁଛନ୍ତି।

Leave A Reply

Your email address will not be published.