ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଡି ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ: ଯଦି ମୁଁ ଦୋଷୀ ତେବେ ଗିରଫ କରି ଦେଖାଅ- ହେମନ୍ତ ସୋରେନ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଶୟ ମୁହାଁମୁହିଁ  ହୋଇଛନ୍ତି। ଇଡିରୁ ନୋଟିସ ଆସିବା ସ୍ୱତେ କାର୍ଯ୍ୟାଳୟରେ ହାଜର ହେଉ ନାହାଁନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବେଆଇନ୍‌ ଖଣି ଖନନ ମାମଲାରେ ଝାଡଖଣ୍ଡରେ ଇଡିର ଖୋଲତାଡ ଜାରି ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବା ପାଇଁ ନୋଟିସ ହେବାପରେ ରାଜନୀତି ଜୋର ଧରିଛି । ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିଛି । ଯେଉଁଥିରେ ସାମିଲ ହୋଇଥିଲେ ହେମନ୍ତ ସୋରେନ । ଇଡିକୁ ଟାର୍ଗେଟ କରି ସୋରେନ କହିଥିଲେ, ଯାହା କରିବାର ଅଛି କର । କିନ୍ତୁ ମୁଁ ହାଜର ହେବାର ପ୍ରଶ୍ନ ଉଠୁନାହିଁ । ଯଦି ମୁଁ ଦୋଷୀ ତେବେ ଆସ, ମୋତେ ଆରେଷ୍ଟ କର ବୋଲି ଖୁଲମଖୋଲା କହିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

କାର୍ଯ୍ୟକ୍ରମରେ ଯୋଗଦେଇ ସୋରେନ ଆହୁରୁ ମଧ୍ୟ କହିଥିଲେ ଯେ, ଝାଡଖଣ୍ଡ ଆଦିବାସୀ କେବେ ବି ବାହାର ନେତାଙ୍କୁ ଗ୍ରହଣ କରିବେ ନାହିଁ । ଆଦିବାସୀଙ୍କ ପରମ୍ପରା ଉପରେ ପ୍ରଭାବ ପକାଉଥିବା ଲୋକଙ୍କ ସ୍ଥାନ ଏଠି କଦାପି ନାହିଁ । ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ଏଠି ଚଳିବ ନାହିଁ । ଆଗକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅଛି । ଝାଡଖଣ୍ଡର ସାଧାରଣ ଜନତା ଏହାର ସଠିକ ଜବାବ ଦେବେ ବୋଲି କହିଛନ୍ତି ହେମନ୍ତ ସୋରେନ ।  ଯଦି ସାହାସ ଅଛି ଆସିକି ଆରେଷ୍ଟ କରିନିଅ । ଯଦି ମୁଁ ଦୋଶୀ ତେବେ ଆଦିବାସୀଙ୍କ କାର୍ଯ୍ୟକ୍ରମରୁ ମୋତେ ଗିରଫ କରିନିଅ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ।

Leave A Reply

Your email address will not be published.