ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ’ଣ ପାଇଁ ‘ଦି କପିଲ ଶର୍ମା ସୋ’ ରେ ପ୍ରମୋସନ ହୋଇନଥିଲା ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ, ଅନୁପମ ଖେର୍‌ କହିଲେ ….

ମୁମ୍ବଇ : ମାର୍ଚ୍ଚ ୧୧ ତାରିଖ ସିନେମାଘର ଗୁଡିକରେ ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଦର୍ଶକଙ୍କ ଭରପୁର ସମର୍ଥନ ସହ ବକ୍ସ ଅଫିସରେ ହିଟ୍ ହୋଇଛି ଦ କଶ୍ମୀର ଫାଇଲ୍ସ । ସିନେମା ଘରେ ଯିଏ ଏହି ଫିଲ୍ମ ଦେଖୁଛି ସେ ଭାବୁକ ହୋଇଛି। ୧୯୯୦ ଦଶନ୍ଧିରେ କଶ୍ମୀର ପଣ୍ଡିତ ଏବଂ ହିନ୍ଦୁମାନଙ୍କ ନରସଂହାର ଏବଂ ପଳାୟନ ଉପରେ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କ ଆଖିରେ ଲୁହ ଆଣୁଛି। ଦ କଶ୍ମୀର ଫାଇଲ୍ସ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ସିମେନା ଘରକୁ ଯାଇ ଏହି ଫିଲ୍ମ ଦେଖୁଛନ୍ତି।

ତେବେ ଏହି ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ କଣ ପାଇଁ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଦି କପିଲ ଶର୍ମା ସୋ’ ସ୍ଥାନ ପାଇଲା ନାହିଁ ତାହାକୁ ନେଇ ବହୁ ଚର୍ଚ୍ଚା ଆଲୋଚନା କରାଯାଇଛି। ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ କପିଲ ଶର୍ମାଙ୍କ ସୋ’କୁ ବଏକଟ ର ଟ୍ରେଣ୍ଡଂ କରୁଛି। କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଅଭିଯୋଗ କରିଥିଲେ ଯେ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ’ ଦି କପିଲ ଶର୍ମା ସୋ’ରେ ‘କାଶ୍ମୀର ଫାଇଲ’ର ଦଳକୁ ଆମନ୍ତ୍ରଣ କରିବାକୁ ମନା କରିଥିଲେ ବୋଲି ଟ୍ବିଟ କରିବା ପରେ ଏହି ପ୍ରସଙ୍ଗ ଆହୁରି ବିବାଦୀୟ ହୋଇଯାଇଥିଲା। ଟ୍ବିଟରରେ କପିଲ ଶର୍ମାଙ୍କ ସୋ’କୁ ବଏକଟ କରିବାର ଦାବି ଆରମ୍ଭ ହୋଇଥିଲା। ଏପରିକି କପିଲ ଶର୍ମା ଏନେଇ ନିଜ ମତ ଦେଇଥିଲେ ମଧ୍ୟ କେହି ଣୁଣିବାକୁ ରାଜି ନଥିଲେ।


ତେବେ ଏହି ପ୍ରସଙ୍ଗରେ ଅସଲ ସତ କଥା କହିଛନ୍ତି ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମର ମୁଖ୍ୟ ଅଭିନେତା ଅନୁପମ ଖେର୍। ଅନୁପମ ଏହି ଘଟଣା ଉପରୁ ପରଦା ଉଠାଇବା ସହ ବିବାଦୀୟ ପ୍ରସଙ୍ଗରେ ନିଜର ମତାମତ ରଖିଛନ୍ତି। ଏକ ସାକ୍ଷାତକାର ସମୟରେ ଅନୁପମ ଖେର୍ କହିଛନ୍ତି ଯେ ସେ ତାଙ୍କ ଚଳଚ୍ଚିତ୍ରକୁ ‘ଦି କପିଲ ଶର୍ମା ସୋ’ରେ ପ୍ରମୋସନ କରିବାକୁ ଚାହିଁନାହାଁନ୍ତି କାରଣ ଏହା ଏକ ଗମ୍ଭୀର ଚଳଚ୍ଚିତ୍ର ଏବଂ ଦି କପିଲ ଶର୍ମା ସୋ ଏକ କମେଡି ସୋ ଅଟେ । ଅନୁପମ ଖେର ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ମାସ ପୂର୍ବରୁ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ’ ଦି କପିଲ ଶର୍ମା ସୋ’ରେ ‘କାଶ୍ମୀର ଫାଇଲ’ ଟିମ୍‌କୁ ପ୍ରମୋସନ କରିବାକୁ ଡାକିଥିଲେ। କିନ୍ତୁ ମୁଁ ମୋ ମ୍ୟାନେଜର ହରମାନଙ୍କୁ କହିଥିଲି ଯେ ଏହି ଚଳଚ୍ଚିତ୍ରଟି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିର୍ମିତ, ତେଣୁ ମୁଁ ଦି କପିଲ ଶର୍ମା ସୋ କୁ ଯାଇ ପାରିବ ନାହିଁ। କାରଣ ଏହା ଏକ କମେଡି ଟକ୍ ସୋ। ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିର୍ମିତ ଏହି ଚଳଚିତ୍ରକୁ  ଦି କପିଲ ଶର୍ମା ସୋ’ରେ ପ୍ରମୋଟ୍ କରିବାକୁ ମନା କରିଥିଲୁ ବୋଲି ଅନୁପମ ଖେର୍ କରିଛନ୍ତି।

Leave A Reply

Your email address will not be published.