ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୂର୍ଯ୍ୟଙ୍କୁ ମୁହଁକରି କାହିଁକି ଫୁଟିଥାଏ ସୂର୍ଯ୍ୟମୁଖୀ

ବଗିଚାରେ ଭଳିକି ଭଳି ଫୁଟୁଥିବା ରଙ୍ଗବେରଙ୍ଗର ପ୍ରତ୍ୟେକ । ଫୁଲର କିଛି ଭିନ୍ନ ଭିନ୍ନ ବିଶେଷତ୍ଵ ରହିଥିବାବେଳେ ସୂର୍ଯ୍ୟମୁଖୀ ଫୁଲ ବେଶ୍ ସ୍ବତନ୍ତ୍ର ହୋଇଥାଏ | କାରଣ ଏହି ଫୁଲଟି ସବୁବେଳେ ସୂର୍ଯ୍ୟଙ୍କ ଆଡକୁ ହିଁ ମୁହଁ କରି ଫୁଟିଥାଏ | ଫୁଲଟି କାହିଁକି ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ରହିଛି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସେ । ସୂର୍ଯ୍ୟମୁଖୀ ଫୁଲ ଥଣ୍ଡାଦିନ ଅପେକ୍ଷା ଖରାଦିନରେ ଅଧିକ ଫୁଟିଥାଏ।

ଏହି ଫୁଲର ବିକାଶ ସେହି କ୍ଷେତ୍ରରେ ଅଧିକ ହୋଇଥାଏ ଯେଉଁଠାରେ ଖରା ୬ ଘଣ୍ଟାରୁ ଅଧିକ ବାହାରିଥାଏ। ଖରା ସ୍ଥାନରେ ଏହା ଭଲ ଭାବେ ଫୁଟିଥାଏ | ଫୁଟିବା ସମୟରେ ଫୁଲର ମୁହଁ ପୂର୍ବ ଦିଗକୁ ରହିଥାଏ। ସକାଳ ସମୟରୁ ଫୁଲ ପୂର୍ବ ଦିଗକୁ ରହିଥାଏ | ଧୀରେ ଧୀରେ ସୂର୍ଯ୍ୟଙ୍କ ଦିଗ ପରିବର୍ତ୍ତନ ସହ ଫୁଲର ଦିଗ ମଧ୍ୟ ପରିବର୍ତ୍ତନ ହୁଏ। କିନ୍ତୁ ଏହାର କାରଣ କ’ଣ? ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ହେଲିଓ ଟ୍ରେପୋଜିମ୍ କାରଣରୁ ଏହା ହୋଇଥାଏ ।

ଏଥିପାଇଁ ଫୁଲ ସୂର୍ଯ୍ୟଙ୍କୁ ଦେଖ୍ ଦିଗ ପରିବର୍ତ୍ତନ କରେ। ୨୦୧୬ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ମଣିଷ ଶରୀରରେ ଯେପରି ଜୈବିକ ଘଣ୍ଟା (ବାୟୋଲଜିକାଲ ବ୍ଲକ୍‌) ରହିଛି ଠିକ୍ ସେହିପରି ସୂର୍ଯ୍ୟମୁଖୀ ଫୁଲ ଭିତରେ ଏହି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏହାକୁ ହେଲିଓ ଟ୍ରପୋଜିମ୍ ନାମରେ ନାମିତ କରାଯାଇଛି । ଏହାକୁ ସୂର୍ଯ୍ୟମୁଖୀର ଜୈବିକ ଘଣ୍ଟା ବୋଲି କୁହାଯାଇଥାଏ। ଏହା ସୂର୍ଯ୍ୟ କିରଣକୁ ଚିହ୍ନଟ କରି ଫୁଲକୁ ସେହି ଦିଗକୁ ମୋଡିବା ଲାଗି ପ୍ରେରିତ କରିଥାଏ।

Leave A Reply

Your email address will not be published.