ବିମାନ ଯାତ୍ରା ସମୟରେ ମୋବାଇଲ୍କୁ କାହିଁକି କରାଯାଏ ଫ୍ଲାଇଟ୍ ମୋଡ୍…..

ଆଜିକାଲି ମୋବାଇଲ୍, ଦୈନନ୍ଦିନ ଦିନଚର୍ଯ୍ୟାର ପ୍ରମୁଖ ଅଂଶ ପାଲଟି ଯାଇଛି। ମୋବାଇଲ୍ ବିନା କୌଣସି କାମ ହେଉନି କହିଲେ ଚଳେ। କିନ୍ତୁ ଏମିତି କେତେକ ସ୍ଥାନ ରହିଛି, ଯେଉଁଠି ମୋବାଇଲ୍ ଫୋନ୍ର ବ୍ୟବହାରକୁ ସୀମିତ ରଖାଯାଇଛି। ଯେମିତି ବିମାନ ଯାତ୍ରା । ଏହି ସମୟରେ ମୋବାଇଲ୍ ଫୋନ୍କୁ ଫ୍ଲାଇଟ୍ ମୋଡ୍ କରି ରଖିବାକୁ ହୁଏ। କିନ୍ତୁ ଏହି ନିୟମକୁ ସମସ୍ତଙ୍କୁ କାହିଁକି ମାନିବାକୁ ପଡ଼େ, ତାହାର ଏକ ବିଶେଷ କାରଣ ରହିଛି। ଫ୍ଲାଇଟ୍ ମୋଡ୍ କରିବା ପରେ ମୋବାଇଲ୍ ଫୋନ୍ର ସିଗ୍ନାଲ୍ ଓ ଇଣ୍ଟର୍ନେଟ୍, ବନ୍ଦ ହୋଇଯାଏ। କିନ୍ତୁ ମୋବାଇଲ୍ରେ ପୂର୍ବରୁ ସେଭ୍ କରି ରଖିଥିବା ଗୀତ ଓ ଫିଲ୍ମ ଦେଖିବା କିମ୍ବା ଅନ୍ୟ କୌଣସି ଅଫ୍ଲାଇନ୍ କାମ କରିବାରେ କୌଣସି ଅସୁବିଧା ହୁଏନାହିଁ।
ବିମାନ ଯାତ୍ରା ସମୟରେ ଫ୍ଲାଇଟ୍ ମୋଡ୍ କରିବାର କାରଣ ହେଉଛି – ବିମାନ ଉଡ଼ାଣ ସମୟରେ ଅନେକ ପ୍ରକାର ନେଭିଗେସନ୍ ସିଷ୍ଟମ୍ ଓ ସଞ୍ଚାର ପ୍ରଣାଳୀ ଉପରେ ନିର୍ଭର କରିବାକୁ ହୁଏ। ଏହି ସମୟରେ ବିମାନଯାତ୍ରୀମାନେ ଯଦି ଅନ୍ଲାଇନ୍ ମୋବାଇଲ୍ ଡାଟା ବ୍ୟବହାର କରିବେ କିମ୍ବା କାହା ସହିତ ମୋବାଇଲ୍ରେ କଥା ହେବେ, ତେବେ ବିମାନର ସିଗ୍ନାଲ୍ ସିଷ୍ଟମ୍ ବାଧାପ୍ରାପ୍ତ ହେବ। ଏହାଦ୍ବାରା ପାଇଲଟ୍ଙ୍କୁ ରାଡାର୍ ନିୟନ୍ତ୍ରଣ ସହିତ କଣ୍ଟ୍ରୋଲ୍ ରୁମ୍ ସହିତ ସମ୍ପର୍କ କରିବାକୁ ଅସୁବିଧା ହେବ। ଏସବୁ ସହିତ ପାଇଲଟ୍ ସଠିକ୍ ରାସ୍ତା ଚୟନ କରିବାରେ ମଧ୍ୟ ବାଧା ଉପୁଜିଥାଏ। ତେଣୁ କୌଣସି ଦୁର୍ଘଟଣା ହେବାର ଆଶଙ୍କା ଥାଏ।
ଏହିସବୁ କାରଣ ପାଇଁ ବିମାନଯାତ୍ରୀଙ୍କୁ ଫ୍ଲାଇଟ୍ ମୋଡ୍ କରିବା ପାଇଁ ନିର୍ଦ୍ଦେଶ ରହିଥାଏ। ଆଉ ଏକ କାରଣ ହେଉଛି, ମୋବାଇଲ୍ ଫୋନ୍ରୁ ବାହାରୁଥିବା ବୈଦ୍ୟୁତିକ ତରଙ୍ଗ ରାଡାର୍ ସହିତ ଧକ୍କା ହୋଇ ବିମାନର ରେଡିଓ ଷ୍ଟେସନ୍ ସହିତ ସମ୍ପର୍କ ଛିନ୍ନ ହୋଇଥାଏ। ଏହା ଦ୍ବାରା କଣ୍ଟ୍ରୋଲ୍ ରୁମ୍ରୁ ପାଇଲଟ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଶୁଣାଯାଏନାହିଁ। ଏହା ଫଳରେ ବିମାନ କ୍ରାସ୍ ହେବାର ଆଶଙ୍କା ବୃଦ୍ଧ ପାଇଥାଏ। ତେଣୁ ବିମାନଯାତ୍ରୀଙ୍କୁ ନିଜ ନିଜର ମୋବାଇଲ୍କୁ ଫ୍ଲାଇଟ୍ ମୋଡ୍ କରିବାକୁ ହୋଇଥାଏ।