ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୀତରେ ଥରୁଛି ସାରା ଓଡ଼ିଶା : ୩.୭ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର, ଆହୁରି ୨ଦିନ ରହିବ ଶୀତ ଲହରୀ

ଭୁବନେଶ୍ବର : ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ୩ ଡିଗ୍ରିକୁ ଖସିଛି। ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର। ୩.୭ ଡିଗ୍ରୀ ସହିତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ହୋଇଛି ସବୁଠୁ ଥଣ୍ଡା ସହର । ସେହିପରି ଜି. ଉଦୟଗିରିରେ ୫ଡିଗ୍ରୀ ତଳେ ରହିଥିବାବେଳେ ଫୁଲବାଣୀରେ ୪.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହେଉଛି । ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ଶୀତ ଲହରୀ ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାତିରେ ତାପମାତ୍ରା କମିବା ସହିତ ଶୀତ ବଢିବ। ସବୁଠି ଆହୁରି ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ନେଇ ଆକଳନ କରାଯାଉଛି । ପ୍ରବଳ ଶୀତନ ନେଇ ଆଜି ପାଇଁ ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳରେ ସର୍ବାଧିକ ଶୀତ ଅନୁଭୂତ ହେବଉଛି ।

ସେହିପରି ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳକୁ ଆଲର୍ଟ କରାଯାଇଛି। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହି ସବୁ ଜିଲ୍ଲାରେ ରାତିରେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜୁରୁରୀ ନଥିଲେ ସକାଳୁ ଘରୁ ନ ବାହାରିବା ସହିତ ଶୀତବସ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ୨/୩ ଡିଗ୍ରୀ ହୋଇ ବୃଦ୍ଧି ପାଇବ ।

ଅନ୍ୟପଟେ ରାଜ୍ୟର କୌଣସି ସ୍ଥାନରେ ତୁଷାରପାତ ହୋଇନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତ ଦୁଇ ଦିନ ହେଲା କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଦେଖା ଦେଉଥିବା ଭୂମି ଉପରେ ଛୋଟ ଛୋଟ ବରଫର ଆସ୍ତରଣ ତୁଷାରପାତ ନୁହେଁ। ଏହାକୁ ବିଜ୍ଞାନ ଭାଷାରେ ଶିଶିରର କଠିନ ଅବସ୍ଥା ବା ତୁହିନ ବୋଲି କୁହାଯାଏ। ଆଜି ମଧ୍ୟ କନ୍ଧମାଳ ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଏହିଭଳି ଭାବେ ତୁହିନ ଦେଖିବାକୁ ମିଳିଛି। ଅନ୍ୟପ‌ଟେ ରାଜ୍ୟକୁ କ୍ରମାଗତ ଭାବେ ବହୁଥିବା ଥଣ୍ଡା ଓ ଶୁଷ୍କ ଉତ୍ତରା ପବନ ପ୍ରଭାବରେ ଦିନ ତମାମ ଶୀତୁଆ ଅନୁଭୂତ ହେଉଛି।

ରାଜ୍ୟରେ ଏବେ ଶୀତ ଲହରି ପ୍ରବାହିତ ହେଉଥିବା ବେଳେ ଆସନ୍ତା ୨ ଦିନ ମଧ୍ୟ ଏହି ସ୍ଥିତି ଜାରି ରହିବ। ଏଣୁ ରାତି ଓ ପାହାନ୍ତା ସମୟରେ ଶୀତକୁ ନ ବାହାରିବାକୁ ତଥା ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨ ଦିନ ଏହିଭଳି ପ୍ରବଳ ଶୀତ ଲାଗି ରହିବା ପରେ ପରବର୍ତୀ ୨ରୁ ୩ ଦିନରେ ୩ରୁ ୫ ଡିଗ୍ରି ଯାଏ ତାପମାତ୍ରା ବଢ଼ିପାରେ ବୋଲି ସୂଚନା ମିଳିଛି। ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଖରାଟିଆ ରହିବ। ଆକାଶ ନିର୍ମଳ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଅନୁଭୂତ ହେବ।

ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ବରଫ ପାତ

ନୟାଗଡ଼ ଜିଲ୍ଲାରେ ଦୁଇ ଦିନ ହେବ ଅସହ୍ୟ ଶୀତ ଜନ ଜୀବନକୁ ଅତିଷ୍ଠ କରି ଦେଇଛି। ନୟାଗଡ଼ ଜିଲ୍ଲାର ନୂଆଗାଁ, ଗଣିଆ ଓ ଦଶପଲ୍ଲା ବ୍ଲକ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି। ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଦଶପଲ୍ଲା ବ୍ଲକ କୁଜାମେଣ୍ଢି ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ରହିଛି। ସୋମବାର ଭୋର ସମୟରେ ଏହି ଅଞ୍ଚଳରେ ସାମାନ୍ୟ ହାଲକା ବରଫ ପାତ ହୋଇଥିବା ଦେଖା ଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସି ଭୟଭୀତ ହେବା ସହ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି। କୁଜାମେଣ୍ଢି ଭଳି ସ୍ଥିତି ଦଶପଲ୍ଲା ବ୍ଲକର ଅନେକ ସ୍ଥାନରେ ଦେଖାଯାଇଛି।

Leave A Reply

Your email address will not be published.