bitcoin
Bitcoin (BTC) 2,286,065.02 0.78%
ethereum
Ethereum (ETH) 142,274.88 6.62%
tether
Tether (USDT) 77.50 0.00%
usd-coin
USD Coin (USDC) 77.59 0.11%
bnb
BNB (BNB) 24,022.52 5.29%
xrp
XRP (XRP) 30.48 3.23%
binance-usd
Binance USD (BUSD) 77.66 0.21%
cardano
Cardano (ADA) 37.52 6.12%
solana
Solana (SOL) 3,425.14 9.29%
dogecoin
Dogecoin (DOGE) 6.10 5.85%

କିଏ ଦଖଲ କରିବ ଧାମନଗର ଏନଏସି: ସକାଳ ୮ଟାରୁ ଚାଲିଛି ଗଣତି

ଭଦ୍ରକ: କିଏ ଦଖଲ କରିବ ଧାମନଗର ଏନଏସି । ଆଜି ଆସିବ ଧାମନଗର ଏନଏସିର ପୌର ଫଳ । ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଗଣତି । ୪ଟି ଓ୍ୱାର୍ଡର ୬ଟି ବୁଥରେ ଗତକାଲି ପୁନଃମତଦାନ ପରେ ଆଜି ଗଣତି କରାଯାଇଛି । ୨ ନମ୍ବର ଓ୍ୱାର୍ଡର ୩ ନମ୍ବର ବୁଥ୍, ୫ ନମ୍ବର ଓ୍ୱାର୍ଡର ୮ ଓ ୯ ନମ୍ବର ବୁଥ, ୯ ନମ୍ବର ଓ୍ୱାର୍ଡର ୧୬ ନମ୍ବର ବୁଥ ଏବଂ ୧୦ ନମ୍ବର ଓ୍ୱାର୍ଡର ୧୭ ଓ ୧୮ ନମ୍ବର ବୁଥରେ ପୁନଃମତଦାନ ହୋଇଥିଲା । ଗଣତି ପାଇଁ ଧାମନଗର ବ୍ଲକ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।କୌଣସି ଅପ୍ରିତିକର ପରିସ୍ଥିତି ଆଶଂକାରେ ଏନଏସିରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଗତକାଲି ରାତି ୯ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ଯନ୍ତ କଟକଣା ଜାରି ରହିବ। ଏହି ସମୟରେ ୫ ଜଣଙ୍କୁ ଅଧିକ ଲୋକ ସମାଗମ ହୋଇପାରିବେ ନାହିଁ । ଗଣତି କେନ୍ଦ୍ର ନିକଟକୁ ଚାରିଚକିଆ ଗାଡି ରଖିବା ଓ ନେବା ଉପରେ ରୋକ ଲଗାଯାଇଛି । ଗତ ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହୋଇଥିଲା । ବିଶୃଙ୍ଖଳା ଯୋଗୁଁ ଧାମନଗରରେ ଭୋଟିଂକୁ ବାତିଲ କରାଯାଇଥିଲା ।

Leave a comment