ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୀରାକୁଦ ଜଳଭଣ୍ଡାରରେ ପ୍ରଥମ ଥର ପାଇଁ ଅବଲୁପ୍ତ ପ୍ରାୟ ପ୍ରବାସୀ ସାମୁଦ୍ରିକ ବ୍ଲାକ୍ ସ୍କିମର୍‌ ଓ ହ୍ୱାଇଟ ବେଲି ସି ଇଗଲ ପକ୍ଷୀର ଉପସ୍ଥିତି

ବରଗଡ଼ : ହୀରାକୁଦ ଜଳଭଣ୍ଡାରରେ ପ୍ରଥମ ଥର ପାଇଁ ଅବଲୁପ୍ତ ପ୍ରାୟ ପ୍ରବାସୀ ସାମୁଦ୍ରିକ ବ୍ଲାକ୍ ସ୍କିମର୍‌ ପକ୍ଷୀର ଉପସ୍ଥିତି ଜଣାପଡ଼ିଛି । ଜୈବ ବିବିଧତା ଦୃଷ୍ଟିରୁ ଏହାକୁ ଏକ ଅଭୁତପୂର୍ବ ଉପଲବ୍ଧୀ ବୋଲି ବରଗଡ଼ ବାୟୋଡ଼ାଇଭରସିଟି ସେଲ ପକ୍ଷରୁ କୁହାଯାଇଛି । କିଛି ଦିନ ତଳେ ଏକ ପିକନିକ ପାର୍ଟି ବରଗଡ଼ ଜିଲ୍ଲାର ଅମ୍ବାଭନା ବ୍ଳକର ଗୋବିନ୍ଦପୁରକୁ ଯାଇଥିବା ସମୟରେ ସେମାନେ ମହାନଦୀ ବାଳିରେ ବଡ଼ ଲାଲ ଥଣ୍ଟ ଓ ଧଳା ବେକ ଥିବା ଏକ କଳା ରଙ୍ଗର ପକ୍ଷୀ ଦେଖିବାକୁ ପାଇଥିଲେ ।ଏ ସମ୍ପର୍କରେ ସେମାନେ ବରଗଡ଼ର ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲର ସଦସ୍ୟ ମାନଙ୍କୁ ପକ୍ଷୀର ଫଟୋ ଦେଖାଇବା ପରେ ତାହା ଅବଲୁପ୍ତ ପ୍ରାୟ ସାମୁଦ୍ରିକ ବ୍ଳେକ ସ୍କିମର ପକ୍ଷୀ ବୋଲି ଜଣାପଡ଼ିଛି ।

ସମଗ୍ର ବିଶ୍ୱରେ ଏହି ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗି ଅବଳୁପ୍ତ ହେବାରେ ଲାଗିଛି ।ହୀରାକୁଦ ଜଳଭଣ୍ଡାରରେ ପ୍ରଥମ ଥର ପାଇଁ ବ୍ଳେକ ସ୍କିମର ଦେଖାଯାଇଛି ।ବ୍ଲାକ୍ ସ୍କିମର୍ (ରିନଜୋପ୍ସ ନାଇଗ୍ରା) ହେଉଛି ଟର୍ନ ଏବଂ ଗୁଲ୍ ପରି ସମୁଦ୍ର କୂଳର ଏକ ପ୍ରଜାତି । ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏହାର ଥଣ୍ଟ ।ଏହାର ଥଣ୍ଟର ଉପର ଭାଗର ଉଠିଥିବା ଅଂଶ । ସାଧାରଣତଃ ଏହି ପ୍ରଜାତିର ପକ୍ଷୀ ଆଣ୍ଟାଟିକା ଏବଂ ଆମେରିକାର ସମୁଦ୍ର ତଟରେ ଦେଖାଯାଆନ୍ତି ଏ ଦୃଷ୍ଟିରୁ ହୀରାକୁଦ ଜଳଭଣ୍ଡାରରେ ବ୍ଲାକ୍ ସ୍କିମର୍‌ର ଉପସ୍ଥିତି ପର୍ଯ୍ୟାବରଣ ଓ ସଂରକ୍ଷଣ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହୀରକୁଦ ଜଳଭଣ୍ଡାରରେ ବ୍ଳେକ ସ୍କିମର ପକ୍ଷୀର ଉପସ୍ଥିତି ସମ୍ପର୍କରେ ଆମେ ଡ଼େବ୍ରିଗଡ଼ ବନ୍ୟ ଜୀବ ସଂରକ୍ଷଣ ସଂସ୍ଥା ସହ ସମ୍ପର୍କ କରିଥିଲୁଁ । ସେମାନେ ଏହାର ସତ୍ୟତା ରହିଥିବା ପ୍ରକାଶ କରିଥିଲେ । ସଂପ୍ରତି ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଚାଲିଥିବା ସମୟରେ ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ନିକଟରେ ବ୍ଲାକ୍ ସ୍କିମର୍ ପକ୍ଷୀ ଚିହ୍ନଟ ହୋଇଥିଲା । ଏଣୁ ଅବଳୁପ୍ତ ପ୍ରାୟ ଏହି ପକ୍ଷୀର ସଂରକ୍ଷଣ ପାଇଁ ୱାଇଲଡ଼ ଲାଇଫ ଡ଼ିଏଫଓ ସୁଶ୍ରୀ ଅଂଶୁପ୍ରଜ୍ଞା ଦାସ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହା ବ୍ୟତିତ ଚଳିତ ବର୍ଷ ପ୍ରଥମ ଥର ପାଇଁ ହୀରାକୁଦ ଜଳଭଣ୍ଡାରରେ ହ୍ୱାଇଟ ବେଲି ସି ଇଗଲ ପକ୍ଷୀ ମଧ୍ୟ ଦେଖାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.