ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ, ୮ଟି ଚିତା ତ ଆସିଗଲେ ହେଲେ ୮ବର୍ଷରେ ୧୬କୋଟି ଚାକିରି କୁଆଡେ ଗଲା

ନୂଆଦିଲ୍ଲୀ : ଦୀର୍ଘ ୭୦ ବର୍ଷ ଭାରତୀୟ ଜଙ୍ଗଲରେ ପାଦ ଦେଇଛନ୍ତି ଚିତା ବାଘ। ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ଜନ୍ମ ଦିନରେ ନାମିବ୍ୟାରୁ ଆସିଥିବା ଚିତା ବାଘଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି। ଏହାକୁ ସେ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ମୋଦୀ ଚିତାଙ୍କୁ ଜଙ୍ଗଲରେ ଛାଡିବା ପରେ ତାଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ୮ଟି ଚିତା ତ ଆସିଗଲେ ହେଲେ ୮ବର୍ଷରେ ୧୬କୋଟି ଚାକିରି କୁଆଡେ ଗଲା ବୋଲି ରାହୁଲ କହିଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟାରେ ଟ୍ବିଟ କରି କହିଛନ୍ତି ୮ଟି ଚିତା ତ ଆସିଗଲେ, ବର୍ତ୍ତମାନ ମୋତେ କୁହନ୍ତୁ, ୮ବର୍ଷରେ ୧୬କୋଟି ରୋଜଗାର କାହିଁକି ଆସିଲା ନାହିଁ? ଏହା ସହ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ‘ଜାତୀୟ ବେରୋଜଗାର ଦିବସ’ ଭାବରେ ପାଳନ କରୁଥିବା କହିଛନ୍ତି ରାହୁଲ। ପୂର୍ବରୁ ଅନେକ ଥର ରୋଜଗାରକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥିବା ବେଳେ ଆଜି ମଧ୍ୟ ତାହା କରିବାକୁ ଭୁଲି ନାହିଁ କଂଗ୍ରେସ।


ଅନ୍ୟପଟେ କଂଗ୍ରେସ ନେତା ପୱନ ଖେରା ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରି ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, ଆମର ସିଂହ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାରେ ବାହାରିଛନ୍ତି। ସେଥିପାଇଁ ଭାରତକୁ ଭାଙ୍ଗିଥିବା ଲୋକମାନେ ବର୍ତ୍ତମାନ ବିଦେଶରୁ ଚିତା ଆଣିଛନ୍ତି। ଏଭଳି କରି ଭାଜପା ନିଜ ମନରେ ଥିବା ଭୟ ପ୍ରକାଶ କରିଥିବା ସେ କହିଛନ୍ତି।

ସେପେଟ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି ଯେ ଶାସନରେ ନିରନ୍ତରତାକୁ ପ୍ରଧାନମନ୍ତ୍ରୀ କ୍ୱଚିତ୍ ଗ୍ରହଣ କରନ୍ତି। ଚିତା ପ୍ରୋଜେକ୍ଟ ପାଇଁ ୨୫ ଏପ୍ରିଲ ୨୦୧୦ରେ କେପଟାଉନ୍ ଗସ୍ତ ବିଷୟରେ ଉଲ୍ଲେଖ ନ କରିବା ହେଉଛି ଏହାର ସଦ୍ୟତମ ଉଦାହରଣ। ଆଜି ପ୍ରଧାନମନ୍ତ୍ରୀ ଏକ ଅନାବଶ୍ୟକ ସ୍ଥିତି ସୃଷ୍ଟି କରିଛନ୍ତି। ଜାତୀୟ ପ୍ରସଙ୍ଗକୁ ଚାପି ଦେବା ଏବଂ ଭାରତ ଯୋଡୋ କାର୍ଯ୍ୟକ୍ରମରୁ ନଜର ହଟାଇବା ପାଇଁ ବିଜେପିର ଏକ ପ୍ରୟାସ ବୋଲି ସେ କରିଛନ୍ତି।


ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ (କେଏନପି)ରେ ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ନାମ୍ବିଆରୁ ଆଣିଥିବା ଚିତାକୁ ଛାଡ଼ିଛନ୍ତି। ଏହି ଅବସରରେ ମୋଦୀ ତାଙ୍କ କ୍ୟାମେରାରେ ଚିତାଙ୍କର କିଛି ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଭାରତରେ ବିଲୁପ୍ତ ହେବାର ଘୋଷଣା ହେବାର ସାତ ଦଶନ୍ଧି ପରେ ଦେଶବ୍ୟାପୀ ପୁନଃ ନିର୍ମାଣ ପ୍ରକଳ୍ପର ଅଂଶ ଭାବରେ ନାମ୍ବିଆର ଆଠଟି ଚିତା ଶନିବାର ସକାଳେ କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିଥିଲେ। ପ୍ରଥମେ ସେମାନଙ୍କୁ ସ୍ୱତନ୍ତ୍ର ବିମାନ ଦ୍ୱାରା ଗ୍ୱାଲିଅର ବିମାନବନ୍ଦରକୁ ଏବଂ ପରେ ହେଲିକପ୍ଟର ଯୋଗେ ଶୋପୁର ଜିଲ୍ଲାରେ ଅବସ୍ଥିତ କେଏନପିକୁ ଅଣାଯାଇଥିଲା। ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତାକୁ ଜାତୀୟ ଉଦ୍ୟାନକୁ ଛାଡିଥିଲେ।

Leave A Reply

Your email address will not be published.