ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାସାର ହବଲ୍ ଟେଲିସ୍କୋପ ଦ୍ୱାରା ପ୍ରକାଶିତ ରହସ୍ୟ, ବୃଦ୍ଧ ହେଉଛନ୍ତି ସୂର୍ଯ୍ଯ

ମହାକାଶରେ ଏପରି ଅନେକ ରହସ୍ୟମୟ ଜିନିଷ ଅଛି ଯାହା ବିଷୟରେ ଆଜିବି ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସମୟ  ବୈଜ୍ଞାନିକମାନେ ଏପରି ଏକ ଚିତ୍ର ପାଇଛନ୍ତି ଯେଉଁଥିରୁ ସେମାନେ ସୂର୍ଯ୍ୟଙ୍କ ବିଷୟରେ ନୂତନ ସୂଚନା ପାଇଛନ୍ତି। ଏହି ଫଟୋ ୱାଶିଂଟନ୍‌ରେ ନାସାର ହବଲ୍ ଟେଲିସ୍କୋପ ଦ୍ୱାରା ନିଆଯାଇଛି। ଉକ୍ତ ଫଟୋରୋ ସୂର୍ଯ୍ଯଙ୍କ ଲୋପ ବିଷୟରେ ଅନୁମାନ କରାଯାଇଛି।

ସୂର୍ଯ୍ୟ କିପରି ଲୋପ ପାଇବେ?

ଅଧିକ ପଢନ୍ତୁ

ବୈଜ୍ଞାନିକମାନେ କ୍ରମାଗତ ଭାବରେ ଅନୁସନ୍ଧାନ କରୁଥିବା ବେଳେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସମସ୍ତଙ୍କୁ ଜଣା ଯେ ସୂର୍ଯ୍ୟ ଶେଷରେ ଏକ ‘ହ୍ବାଇଟ ଡ୍ବାର୍ଫ’ ରେ ପରିଣତ ହେବେ। ଏହାର ଅର୍ଥ ହେଉଛି ଜଳୁଥିବା ତାରାର ଅବଶିଷ୍ଟାଂଶ ଯାହାର ଆଲୋକ ଅନ୍ଧକାରରେ ପରିଣତ ହେବ। ୪.୫ ଅରବ ବର୍ଷ ପୂର୍ବେ ସୂର୍ଯ୍ୟଙ୍କ ସୃଷ୍ଟି ହୋଇଥିଲା । ଏହା ହାଇଡ୍ରୋଜେନ୍ ଏବଂ ହିଲିୟମ୍ ଗ୍ୟାସର ଏକ ଗରମ ପିଣ୍ଡ । ସୂର୍ଯ୍ୟଙ୍କ ଜୀବନ କାଳର ଅର୍ଦ୍ଧେକ ସମୟ ସମାପ୍ତ ହୋଇସାରିଛି । ସୂର୍ଯ୍ୟଙ୍କର ବ୍ୟାସ ପ୍ରାୟ ୮୪୬,୦୦୦ ମାଇଲ ଏବଂ ଭୂପୃଷ୍ଠର ତାପମାତ୍ରା ପ୍ରାୟ ୧୦ ହଜାର ଡିଗ୍ରୀ ଫାରେନାଇଟ୍।

ଏଥିସହିତ ପଢ଼ନ୍ତୁ

ସୂର୍ଯ୍ୟଙ୍କ ପରି, NGC 2438 ପ୍ଲାନେଟାରୀ ନବୁଲା ଏକ ତାରା । ଏହା ପୃଥିବୀଠାରୁ ପ୍ରାୟ ୧,୩୭୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ। ନବୁଲା ହେଉଛି ଏକ ବିଶାଳ ଗ୍ୟାସର ବାଦଲ ଅଟେ। ଏହା ସୂର୍ଯ୍ଯଙ୍କ ପରି ଥିବା ଅନ୍ଯ ତାରାମାନଙ୍କର ଅବଶିଷ୍ଟାଂଶରୁ ଉତ୍ପନ୍ନ। ରିପୋର୍ଟରେ କୁହାଯାଇଛି ଯେ ସୂର୍ଯ୍ୟଙ୍କ ହାଇଡ୍ରୋଜେନ ଜୀବନକାଳ ଶେଷରେ ଶେଷ ହୋଇଯିବ। ଏହି କାରଣରୁ ସୂର୍ଯ୍ୟ ଅସ୍ଥିର ହୋଇଯିବେ ଏବଂ ଏହାପରେ ଏକ ଧଳା କ୍ଷେତ୍ରରେ ପରିଣତ ହୋଇଯିବ।


ୱାଶିଂଟନ୍ ନାସାର ହବଲ୍ ଟେଲିସ୍କୋପ ଦ୍ୱାରା ନିଆଯାଇଥିବା ଚିତ୍ରଗୁଡ଼ିକ ଅନେକ ରଙ୍ଗ ଦେଖାଏ ଯାହା ସୂର୍ଯ୍ୟକିରଣ ଏବଂ ଅନ୍ୟାନ୍ୟ ଘଟଣା ଯୋଗୁଁ ସୂର୍ଯ୍ୟଙ୍କ ଉଜ୍ଜ୍ୱଳତା ଅନ୍ୟ ତାରାମାନଙ୍କ ଅପେକ୍ଷା କମ୍ ଦେଖିବାକୁ ମିଳିଛି। ଏହି ଚିତ୍ରରେ ନୀଳ ରଙ୍ଗର ଅର୍ଥ ହେଉଛି ଅମ୍ଳଜାନ, ସବୁଜ ରଙ୍ଗର ହାଇଡ୍ରୋଜେନ, କମଳା ରଙ୍ଗର ନାଇଟ୍ରୋଜେନ ଏବଂ ଲାଲ ରଙ୍ଗର ଅର୍ଥ ହେଉଛି ଗନ୍ଧକ

୧୯୯୦ ମସିହାରେ ନାସା ହବଲ୍ ସ୍ପେସ୍ ଟେଲିସ୍କୋପ୍ ଲଞ୍ଚ କରିଥିଲା ​​। ଏହାକୁ ପୃଥିବୀର ନିମ୍ନ କକ୍ଷପଥକୁ ପଠାଯାଇଥିଲା। ପ୍ରାୟତ  ହବଲ୍ ଟେଲିସ୍କୋପ ଦ୍ୱାରା ନିଆଯାଇଥିବା ସ୍ଥାନର ଚମତ୍କାର ଚିତ୍ର ବାହାରକୁ ଆସେ । ଏହି ଫଟୋଗୁଡ଼ିକ ନାସାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିବାକୁ ମିଳେ |

 

 

 

Leave A Reply

Your email address will not be published.