ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରକୁ ଘାରିଲା ଗହମ ଅଭାବ ଚିନ୍ତା

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ପରେ ଘରୋଇ ବଜାରରେ ଅଟା ଦର ବଢ଼ିବାରେ ଲାଗିଛି। କାରଣ ବର୍ତ୍ତମାନ ସମୟରେ ଦେଶରେ ଗହମର ଘୋର ଅଭାବ ଘୋଟିବାକୁ ଯାଉଛି। ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର। ବଜାରରେ ଗହମ ଏବଂ ଅଟାର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଏହି ଅନୁଯାୟୀ, କେନ୍ଦ୍ର ସରକାର ଖୋଲା ବଜାରରେ ବଫର ଷ୍ଟକରୁ ତିନି ଲକ୍ଷ ଟନ୍ ଗହମ ବିକ୍ରି କରିବେ। ବର୍ତ୍ତମାନ ଦେଶରେ ଅଟାର ହାରାହାରି ମୂଲ୍ୟ କିଲୋ ପିଛା ପ୍ରାୟ ୪୦ ଟଙ୍କା ଉପରେ ରହିଛି। ଏକ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ଖୋଲା ବଜାର ବିକ୍ରୟ ଯୋଜନା (ଓଏମ୍ଏସ୍ଏସ୍) ଅଧୀନରେ ଅଟା ମିଲ୍ ଏବଂ ବ୍ୟବସାୟୀଙ୍କୁ ୩୦ ଲକ୍ଷ ଟନ୍ ଗହମ ଷ୍ଟକ୍ ବିକ୍ରି କରିବେ।

କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଜାନୁଆରୀ ୧୯ ରେ କହିଥିଲେ ଯେ ଗହମ ଏବଂ ଅଟାର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ କରିବାକୁ ସରକାର ଖୁବ୍ ଶୀଘ୍ର ପଦକ୍ଷେପ ନେବେ। ଏଠାରେ ସୂଚନାଯୋଗ୍ୟ ଯେ, ଓଏମ୍ଏସ୍ଏସ୍ ନୀତି ଅନୁଯାୟୀ ସରକାର ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)କୁ ଖାଦ୍ୟ ଶସ୍ୟ, ବିଶେଷତଃ ଗହମ ଏବଂ ଚାଉଳ ଖୋଲା ବଜାରରେ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଗ୍ରାହକ ଏବଂ ବେସରକାରୀ ବ୍ୟବସାୟୀଙ୍କୁ ବିକ୍ରୟ କରିବାକୁ ଅନୁମତି ଦିଅନ୍ତି। ଖୋଲା ବଜାରକୁ ଗହମର ବଫର୍ ଷ୍ଟକ୍ ଛଡିବାର କରିବାର ଉଦ୍ଦେଶ୍ୟ ହେଉଛି ମାନ୍ଦାବସ୍ଥା ସମୟରେ ଯୋଗାଣ ବୃଦ୍ଧି କରିବା ଏବଂ ସାଧାରଣ ବଜାର ମୂଲ୍ୟ ହ୍ରାସ କରିବା। ଏଥିସହିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଅଟା ମିଲ୍‌ ମାଲିକମାନେ ସରକାରଙ୍କୁ ଏଫସିଆଇରୁ ଗହମ ଷ୍ଟକ୍ ବିକ୍ରି କରିବାକୁ ଦାବି କରିଛନ୍ତି। ଗତ ସପ୍ତାହରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଚୋପ୍ରା କହିଛନ୍ତି ଯେ ଆମେ ଦେଖୁଛୁ ଯେ ଗହମ ଏବଂ ଅଟା ଦର ବୃଦ୍ଧି ପାଇଛି।

ଖାଦ୍ୟ ସଚିବ କହିଥିଲେ ଯେ ଏଫସିଆଇ ଗୋଦାମରେ ଗହମ ଏବଂ ଚାଉଳର ପର୍ଯ୍ୟାପ୍ତ ପରିମାଣ ଷ୍ଟକ୍ ଅଛି। ପୂର୍ବରୁ ଗତ ବର୍ଷ ମେ’ମାସରେ ଗହମ ରପ୍ତାନି ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ। କାରଣ ସେ ସମୟରେ ଘରୋଇ ଉତ୍ପାଦନରେ ସାମାନ୍ୟ ହ୍ରାସ ଏବଂ କେନ୍ଦ୍ରୀୟ ପୁଲ ପାଇଁ ଏଫସିଆଇ କ୍ରୟର ଅଭାବ ପରେ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ୨୦୨୧-୨୨ ଫସଲବର୍ଷ (ଜୁଲାଇ-ଜୁନ୍)ରେ ଭାରତର ଗହମ ଉତ୍ପାଦନ ୧୦୬.୮୪ ନିୟୁତ ଟନକୁ ଖସିଆସିଛି। ଏହାର ପୂର୍ବବର୍ଷରେ ଏହା ୧୦୯.୫୯ ନିୟୁତ ଟନ୍ ରହିଥିଲା। ଏଥିସହିତ ଗତବର୍ଷ ପ୍ରାୟ ୪୩ ନିୟୁତ ଟନ୍ ତୁଳନାରେ ଗହମ କ୍ରୟ ଚଳିତବର୍ଷ ୧୯ ନିୟୁତ ଟନକୁ ଖସି ଆସିଛି।

Leave A Reply

Your email address will not be published.