ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହ୍ବାଟସଆପରେ ଆସୁଛି ବଡ଼ ଅପଡ଼େଟ୍: ଗୋଟିଏ ଥରରେ ପଠାଇ ପାରିବେ ୨ଜିବିର ଭିଡିଓ

ନୂଆଦିଲ୍ଲୀ: ହ୍ବାଟସଆପରେ ଆସିବାକୁ ଯାଉଛି ନୂଆ ଫିଚର। ଏଣିକି ହ୍ବାଟସଆପରେ ସେୟାର କରିହେବ ବଡବଡ଼ ଫାଇଲ।  ଉପଭୋକ୍ତାମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେନି। ହ୍ବାଟସଆପରେ ଖୁବ୍ ଶୀଘ୍ର ଏକ ନୂଆ ଅପଡେଟ୍ ଆସିବାକୁ ଯାଉଛି। ଯାହା ପରେ ଉପଭୋକ୍ତାମାନେ ଏଥିରେ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସହଜରେ ସେୟାର କରିପାରିବେ।

WABetainfoର ଏକ ରିପୋର୍ଟ ଅନୁଯାୟୀ, ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ ନୂତନ ଫିଚର କାମକରିବ।  ଯଦିଓ ଏହା ବର୍ତ୍ତମାନ ବିଟା ସଂସ୍କରଣରେ ପରୀକ୍ଷା କରାଯାଉଛି। ବର୍ତ୍ତମାନ ଉପଭୋକ୍ତାମାନେ ୧୦୦ ଏମବି ପର୍ଯ୍ୟନ୍ତ ଫାଇଲ୍ ସେୟାର କରିପାରୁଛନ୍ତି। ହ୍ବାଟସଆପ ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଆପ୍ସର ବିଟା ଭର୍ସନରେ ୨ଜିବି ଫାଇଲ୍ ସେୟାରିଂ ପରୀକ୍ଷା କରୁଛି।

ଗତ ଏକ ବର୍ଷ ମଧ୍ୟରେ ଲୋକଙ୍କ ଫୋନର କ୍ୟାମେରାରେ ବହୁତ ଉନ୍ନତ ହୋଇଛି। ଯାହାପରେ ଭିଡିଓର ସାଇଜ ମଧ୍ଯ ବଢିଛି। ଭିଡିଓର ସାଇଜ ବଡ ହେବାଫଳରେ ଉପଭୋକ୍ତାମାନେ ହ୍ବାଟସଆପରେ ପଠାଇବା ପାଇଁ ଅସମର୍ଥ ରହୁଛନ୍ତି। ଏପରି ପରିସ୍ଥିତିରେ ୨ ଜିବି ପର୍ଯ୍ୟନ୍ତ ଫାଇଲ୍ ସେୟାରିଂର ବିକଳ୍ପ ଆସିବାକୁ ଯାଉଛି। ଏହା ଉପଭୋକ୍ତାଙ୍କ ପାଇଁ ଫଳପ୍ରଦ ହେବ। ସଠିକ ରେଜୋଲୁସନର ଫଟୋ ଓ ଭିଡିଓ ପାଇପାରିବେ ଉପଭୋକ୍ତା । ତେବେ ନୂତନ ଫିଚର କେବେ ଲଞ୍ଚ କରିବ ସେ ନେଇ ସ୍ପଷ୍ଟ ଜାଣା ପଡ଼ିନାହିଁ।

Leave A Reply

Your email address will not be published.