ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିୟମ ଉଲ୍ଲଂଘନ ଅଭିଯୋଗ : ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ନିଷିଦ୍ଧ କଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ : ନିୟମର ଉଲ୍ଲଂଘନ ଯୋଗୁ ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ନିଷିଦ୍ଧ କରିଛି ହ୍ୱାଟ୍ସଆପ୍। ଏ ନେଇ ମାସିକିଆ ରିପୋର୍ଟ ପ୍ରକାଶ କରିଛି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍। କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍ ୨୦୨୧) ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଆଇଟି ନିୟମ ଅନୁସାରେ, ଚଳିତବର୍ଷ ଏପ୍ରିଲ ମାସରେ ୧୬.୬ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ନିଷିଦ୍ଧ କରାଯାଇଥÒବା ନେଇ ବୁଧବାର ହ୍ୱାଟ୍ସଆପ୍ ସୂଚନା ଦେଇଛି। ଏପ୍ରିଲ ମାସରେ କମ୍ପାନୀ ପାଖକୁ ୮୪୪ ଅଭିଯୋଗ ଆସିଥିଲା।

ସେଥିମଧ୍ୟରୁ ୧୨୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାର୍ଚ୍ଚ ମାସରେ ମଧ୍ୟ ଏଭଳି ୧୮ ଲକ୍ଷ ଆକାଉଣ୍ଟ ନିଷିଦ୍ଧ କରିଥିଲା କମ୍ପାନୀ। ସେତେବେଳେ କମ୍ପାନୀକୁ ୫୯୭ ଅଭିଯୋଗ ମିଳିଥିଲେ ବି  ୭୪ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଠାରେ ସୂଚନା ଥାଉକି ସୋସିଆଲ୍ ମିଡିଆରେ ହେଉଥିବା ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଇଟି ନିୟମ ୨୦୨୧ ଆଣିଥିଲେ। ଏହି ଆଇନ ଅନୁସାରେ ଯେଉଁ ସୋସିଆଲ୍ ମିଡିଆ କମ୍ପାନୀର ଭାରତରେ ୫ ନିୟୁତରୁ ଅଧିକ ୟୁଜର ରହିଥÒବେ ସେମାନଙ୍କୁ ଏକ ମାସିକ ଭିତ୍ତିରେ ଅଭିଯୋଗର ରିପୋର୍ଟ ଦେବାକୁ ପଡ଼ିବ ବୋଲି କୁହାଯାଇଛି।

Leave A Reply

Your email address will not be published.