ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଣିକି ଆଉ ଟାଇପ୍ କରିବାର ଆବଶ୍ୟକତା ପଡିବ ନାହିଁ, ଯାହା ଭାବିବେ ତାହା ଆପେ ଆପେ ଟାଇପ୍ ହୋଇ ସେଣ୍ଡ୍ ହୋଇଯିବ

କିଛି ଟେକ୍ସଟ ପାଇଁ ଆପଣଙ୍କୁ ପୂର୍ବରୁ ଟାଇପ୍ କରିବାକୁ ପଡୁଥିବାବେଳେ ଏଣିକି ଆଉ ଟାଇପ୍ କରିବାର କୌଣସି ଆବଶ୍ୟକତା ପଡିବ ନାହିଁ। କାରଣ ଆପଣ ଯାହା ଭାବିବେ ତାହା ଆପେ ଆପେ ଟାଇପ୍ ହୋଇ ସେଣ୍ଡ୍ ହୋଇଯିବ।

ଅଷ୍ଟ୍ରେଲୀୟ ଫିଲିପ ଓ’କେଫ, ୬୨ ବର୍ଷ ସୋସିଆଲ ମିଡିଆରେ କେବଳ ଚିନ୍ତା କରି ବାର୍ତ୍ତା ପଠାଇବାରେ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି। ତାଙ୍କ ମନକୁ ଆସିଥିବା ଚିନ୍ତାଧାରାକୁ ସେ ଏକ ଟ୍ଵିଟ୍‌ରେ ପରିଣତ କରିଥିଲେ। ବାର୍ତ୍ତାରେ ସେ ଲେଖିଛନ୍ତି ଯେ, କି ବୋର୍ଡରେ କିଛି ଟାଇପ୍ କରିବା କିମ୍ବା କହିବା ଆଉ ଆବଶ୍ୟକ ନୁହେଁ, ଏହି ବାର୍ତ୍ତା କେବଳ ଚିନ୍ତା କରି ମୋ ଦ୍ବାରା ସୃଷ୍ଟି ହୋଇଛି।  ଫିଲିପ୍‌ଙ୍କ ଶରୀରର ଉପର ଅଂଶ ସଂପୂର୍ଣ୍ଣ ଭାବେ ପକ୍ଷାଘାତ ଆକ୍ରାନ୍ତ। ସେ ଗତ ୭ ବର୍ଷରୁ ଆମିଓଟ୍ରୋଫିକ୍ ଲାଟେରାଲ୍  ସ୍କୋରୋସିସ୍ (ଏଏଲ୍‌ଏସ୍) ରେ ପୀଡିତ ଥିଲେ, ଏହି କାରଣରୁ ସେ ଉପର ଅଙ୍ଗକୁ ଗତି କରିବାରେ ଅସମର୍ଥ ହୋଇଥିଲେ। ଏହା ଏକ ପ୍ରକାର ମୋଟର ନ୍ୟୁରନ୍ ରୋଗ। କାଲିଫର୍ଣ୍ଣିଆର ଏକ ନ୍ୟୁରୋଭାସ୍କୁଲାର ଏବଂ ବାୟୋଇଲେକ୍‌ଟ୍ରୋନିକ୍ସ ମେଡିସିନ୍ କମ୍ପାନୀ ସିକ୍ରୋନ୍ ଦ୍ବାରା ନିର୍ମିତ ମସ୍ତିଷ୍କ କମ୍ପ୍ୟୁଟର ଇଣ୍ଟରଫେସ୍ ‘ଷ୍ଟେଣ୍ଟ୍ରାଡ୍’ ଓ’ କିପ୍ ପରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ।

ଏହି ଟେକ୍ନୋଲୋଜି କେବଳ ଚିନ୍ତା ମାଧ୍ୟମରେ କମ୍ପ୍ୟୁଟରରେ କାମ କରିବାର ସୁବିଧା ଦେଇଥାଏ। ଓ’କେଫ କହିଛନ୍ତି ଯେ, ଯେତେବେଳେ ସେ ଏହି ଟେକ୍ନୋଲୋଜି ବିଷୟରେ ସମ୍ପର୍କରେ ଶୁଣିଲେ, ଆଶା କରାଯାଉଥିଲା ଯେ ଏହା କିଛି ପରିମାଣରେ ସହାୟକ ହେବ । କିନ୍ତୁ ଏହା ତାଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛି। ଏହି ସିଷ୍ଟମ୍ ପାଇଁ ଅଭ୍ୟାସ ଦରକାର। ଥରେ ଜଣେ ଏଥିସହ ଅଭ୍ୟସ୍ତ ହୋଇଗଲେ ଏହା ସହଜ ହୋଇଯାଏ । ଏଥିରେ ବ୍ୟାଙ୍କି, ସପିଂ ଏବଂ ଇ-ମେଲ ପଠାଇବା ସହଜ। ବାର୍ତ୍ତା ପଠାଇବା ପାଇଁ ଫିଲିପ ସିଙ୍କ୍ରୋନ୍ ସିଇଓ ଥୋମାସ ଅକ୍ସଲିଙ୍କ ଟ୍ଵିଟର ହ୍ୟାଣ୍ଡେଲ ବ୍ୟବହାର କରିଥିଲେ।

ଅକ୍ସଲି ରିପୋର୍ଟ କରିଛନ୍ତି ଯେ, ଷ୍ଟାଣ୍ଡ୍ରୋଡ ବ୍ୟବହାର କରୁଥିବା ରୋଗୀମାନଙ୍କର କ୍ଲିକ୍ ସଠିକତା ୯୩ ପ୍ରତିଶତ ରହିଛି। ସେମାନେ ପ୍ରତି ମିନିଟରେ ୧୪ ରୁ ୨୦ଅକ୍ଷର ଟାଇପ୍ କରିପାରିବେ। ବିଶେଷ କଥା ହେଉଛି ଏହି ପ୍ରତିରୋପଣ ଜୁଗୁଲାର ଶିରା ମାଧ୍ୟମରେ କରାଯାଇଥାଏ, ତେଣୁ ମସ୍ତିଷ୍କରେ ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ । ଏଥିରେ ବେକରେ ଥିବା ଏକ ରକ୍ତର ଧମନୀ ମାଧ୍ୟମରେ ଷ୍ଟେଣ୍ଟ୍ରୋଡ୍ ଲଗାଯାଏ।

Leave A Reply

Your email address will not be published.