ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ… ଲମ୍ପି ଡିଜିଜି କଣ, ଏହି ରୋଗ ହେଲେ କଣ ହୁଏ ଏବଂ କିପରି କରିବେ ଏହାର ନିକାରରଣ

ଭୁବନେଶ୍ବର : ଉତ୍ତରଭାରତ ସମେତ ରାଜସ୍ଥାନ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶରେ ଗାଇ ମହିଷି ଚର୍ମବିଣ୍ଡି (ଲମ୍ପି ଡିଜିଜ୍‍)ରେ ଆକ୍ରାନ୍ତ ହେବା ଏବଂ ବହୁ ସଂଖ୍ୟକ ପଶୁ ପ୍ରାଣ ହରାଉଛନ୍ତି। ଏହି ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ସତର୍କ ସୂଚନା ଜାରି କରାଯିବା ସହିତ ମାର୍ଗଦର୍ଶୀକାର ଅନୁପାଳନ ପାଇଁ କୁହାଯାଇଛି। ଚର୍ମବିଣ୍ଡି ରୋଗ ସମ୍ପର୍କରେ ଭାରତ ସରକାର ରାଜ୍ୟ ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି।

ତେବେ ଏହାରି ମଧ୍ୟରେ ଲୋକମାନେ ଏହି ରୋଗକୁ ନେଇ ଭୟଭୀତ ହୋଇପଡିଛନ୍ତି। ତେବେ ଆସନ୍ତୁ ଜାଣିବା କଣ ପାଇଁ ହୋଇଥାଏ ଏହି ରୋଗ। କଣ ଏହାର କାରଣ ଏବଂ କିପରି ଏହି ରୋଗର ନିରାକରଣ କରାଯିବ। ଏନେଇ ଓୟୁଏଟି ମେଡ଼ିସିନ ବିଭାଗ ଆସୋସିଏଟ ପ୍ରଫେସର ଡ଼ ସନ୍ତୋଷ କୁମାର ସେନାପତି।

କେମିତି ହୋଇଥାଏ ଲମ୍ପି ଡିଜିଜି ?

୧ – ରକ୍ତ ଖାଉଥିବା ଟିଙ୍କ କିମ୍ବା ମାଛି କାମୁଡ଼ିଲେ ଗୋଟିଏ ପ୍ରାଣୀ ରୁ ଅନ୍ୟ ପ୍ରାଣୀ କୁ ଏହା ବ୍ୟାପିଥାଏ
୨ – ଏହି ରୋଗରେ ଆକ୍ରାନ୍ତ ଗାଈ ଗୋରୁ ଅନ୍ୟ ମାନଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ
୩ – ଗାଁ ଗହଳି ରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଈ କୁ ଦୁହିଁ ଲେ ଏହି ରୋଗ ବ୍ୟାପୁଛି

ଲମ୍ପି ଡିଜିଜି ହେଲେ କଣ ହୁଏ ?

୧ – ଭାଇରସ ଦ୍ୱାରା ପ୍ରଥମେ ଗାଈ ଗୋରୁ କି ମଇଁଷି ଙ୍କୁ ଜ୍ଵର ହେବ
୨ – ଜ୍ଵର ପରେ ଚର୍ମ ରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ
୩ – ନିମୋନିଆ ବି ହେବା ସହ ଲଙ୍ଗସ୍ ଇନଫକେସନ ହୋଇ ନିଶ୍ୱାସ ପ୍ରଶ୍ଵାସ ନେବାରେ ଗୋ ସମ୍ପଦ ଙ୍କର ଅସୁବିଧା ହୋଇଥାଏ
୪ – ଗାଈ ଖାଇବା ବନ୍ଦ କରି ଦିଏ, ଆସନ୍ନ ପ୍ରସବା ଗାଈ ର ଛୁଆ ବାହାରିଯାଏ
୫ – କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମି ଯାଏ
୬ – ଗାଈ ଟି ଥରେ ଏହି ରୋଗରେ ଆକ୍ରାନ୍ତ ହେଲେ ବହୁତ ଦିନ ପର୍ଯ୍ୟନ୍ତ ଛୁଆ ରଖିବ ନାହିଁ

ରୋଗର ନିରାକରଣ ପାଇଁ କଣ କରିବାର ଆବଶ୍ୟକ ?

୧ – ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ ଓ ଗୋବର ଗଦା କୁ ସାନିଟାଇଜି କରିବାକୁ ହେବ
୨ – ଗାଈ ଗୁହାଳରେ 2% ସୋଡିୟମ ହାଇପ୍ରୋ କ୍ଲୋରାଇଡ଼ ସ୍ପ୍ରେ କରନ୍ତୁ
୩ – ଗାଈ ଦେହରେ ଟିଙ୍କ ନ ହେବା ପାଇଁ ଆକାରିସାଇଡ଼ିଆଲ ଡ୍ରଗ୍ସ ଲଗାଯାଉ କିମ୍ବା ସ୍ପଟନ ସ୍ପୋରନ ବେକ ପାଖରେ ୪ ରୁ ୬ ଟୋପା ଲଗାନ୍ତୁ
୪ – ଯିଏ ବି ଗୁହାଳକୁ ଯାଉଛନ୍ତି ହ୍ୟାଣ୍ଡୱାସ୍ ସାନିଟାଇଜର ବ୍ୟବହାର କରନ୍ତୁ
୫ – ଯେଉଁ ଗାଈ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ବାସ ରେ ରଖିବାକୁ ହେବ ସହ ଚିକିତ୍ସା କରନ୍ତ
୬ – ଯେଉଁ ଗାଈ ଗୋରୁ ଏହି ରୋଗରେ ମରି ଯାଉଛନ୍ତି ସେମାନଙ୍କୁ ବାହାରେ ନ ଫୋପାଡ଼ି ଲୁଣ ଦେଇ ପୋତି ଦିଅନ୍ତୁ
୭ – ଆନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା ଲଗାଯିବା ଦରକାର
୮ – ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ ଲଗାଯିବା ଦରକାର

ବର୍ତ୍ତମାନ ଛତିଶଗଡ଼ ଭଳି ଆମ ର ପ୍ରାୟ ସବୁ ପଡୋଶୀ ରାଜ୍ୟରେ ଏହା ହେବେ ହୋଇ ଯାଇଛି । ଦେଶରେ ପ୍ରାୟ 20 ଟି ରାଜ୍ୟ ଏହି ଭାଇରସ ଦ୍ୱାରା ପ୍ରଭାବିତ ହେଲେଣି । ପ୍ରାୟ 60 ହଜାର ଗାଈ ଗୋରୁ ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ମରି ଗଲେଣି । ଆମେ ସଚେତନ ହେବ ଦରକାର । ବୋଲି କହିଛନ୍ତି ଡ଼ ସନ୍ତୋଷ କୁମାର ସେନାପତି, ଆସୋସିଏଟ ପ୍ରଫେସର,ମେଡ଼ିସିନ ବିଭାଗ ଓୟୁଏଟି।

Leave A Reply

Your email address will not be published.