ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଅକାଳ ବିୟୋଗ ପରେ କଣ କହିଲା ପାକିସ୍ତାନ ସେନା

ନୂଆଦିଲ୍ଲୀ: ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସେନାର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି।ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗସୂତ୍ର ରକ୍ଷା ଭଳି ଗୁରୁ ଦାୟିତ୍ୱ ତୁଲାଉଥିବା ଜେନେରାଲଙ୍କ ରାୱତ୍‌ଙ୍କର ଏହି ଅକାଳ ବିୟୋଗରେ ସେନା ଏବଂ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ଦେଶବିଦେଶର ସେନା ମୁଖ୍ୟ ଓ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।


ଏହାରି ମଧ୍ୟରେ ସିଡିଏସଙ୍କ ମୃତ୍ୟୁକୁ ନେଇ ପାକିସ୍ତାନୀ ସେନା ମଧ୍ୟ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛି । ପାକିସ୍ତାନୀ ସେନା ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଟୁଇଟ୍ କରି କହିଛି ଯେ, “ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଜେନେରାଲ୍ ନଦୀମ୍ ରଜା, ଜେନେରାଲ୍ କମାର ଜାଭେଦ୍ ବାଜୱା ଏବଂ ସିଓଏଏସ୍ (ଆର୍ମି ଷ୍ଟାଫ୍ ମୁଖ୍ୟ) ସମବେଦନା ଜଣାଉଛନ୍ତି” ।

କେବଳ ପାକିସ୍ତାନ ନୁହେଁ ବିଶ୍ଵର ଅନେକ ଦେଶ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଆମେରିକାର ଦୂତାବାସ ଗଭୀର ସମବେଦନା ଜଣାଇଛି। ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଭାବରେ ଜେନେରାଲ ରାୱତ ଭାରତୀୟ ସେନାରେ ପରିବର୍ତ୍ତନର ଏକ ଐତିହାସିକ ସମୟର ନେତୃତ୍ୱ ନେଇଛନ୍ତି ବୋଲି ଆମେରିକା ଦୂତାବାସ ଏକ ବିବୃତ୍ତିରେ କହିଛି। ରାୱତ ଆମେରିକାର ଜଣେ ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ଥିଲେ, ଯିଏ ଭାରତ ଓ ଆମେରିକା ମଧ୍ୟରେ ବଢୁଥିବା ପ୍ରତିରକ୍ଷା ସହଯୋଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ବିବୃତ୍ତିରେ କୁହାଯାଇଛି। ବ୍ରିଟିଶ ହାଇ କମିଶନର ଆଲେକ୍ସ ଏଲିସ୍ ମଧ୍ୟ ଜେନେରାଲ ରାୱତଙ୍କ ମୃତ୍ୟୁ ନେଇ ସମବେଦନା ଜଣାଇବା ସହ ତାଙ୍କୁ ଜଣେ ବିଜ୍ଞ ବ୍ୟକ୍ତି ଏବଂ ସାହସୀ ସୈନିକ ଭାବରେ ଅଭିହିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସିଡିଏସ୍ ଜେନେରାଲ୍ ରାୱତ ଯାହାଙ୍କ ନେତୃତ୍ୱରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶି ​​୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା ​​ଏବଂ ଅନେକ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲା।

Leave A Reply

Your email address will not be published.