ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମା ଝଡ଼, ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ସତର୍କତା

ଭୁବନେଶ୍ୱର : ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ କହୋଲା ପାଗ ଲାଗି ରହିଛି। ଏହା ସହିତ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି। ବାଙ୍ଗଲାଦେଶ ଆଖପାଖ ଅଞ୍ଚଳରେ ବର୍ତ୍ତମାନ ପଶ୍ଚିମା ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟର୍ଭାନ୍ସ) ସକ୍ରି ରହିଛି। ଏହାର ପ୍ରଭାବ ଓଡ଼ିଶା ଉପକୂଳବର୍ତ୍ତି ଜିଲ୍ଲା ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକ ଉପରେ ପଡ଼ିଛି। ଅନ୍ୟପଟେ ପଶ୍ଟିମା ଝଡ଼ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖା ଦେଉଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ଏକ ଗୁରୁଚାପ-ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବା ବେଳେ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ଆହୁରି ୩ଦିନ ଘନକୁହୁଡ଼ି ହେବାର ଆଶଙ୍କା ରହିଛି। ଘନକୁହୁଡ଼ି ଦୃଶ୍ୟମାନ ହେଉଥିବା ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରୁ ୫୦ମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ଥିବାରୁ ସତର୍କତା ଅବଲମ୍ଭନ ପାଇଁ ପରାମର୍ଶ ଦିଆଯାଇଛି।

ଗୁରୁବାର ସକାଳ ସୁଦ୍ଧା ୮ ଟି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ଥିବା ବେଳେ ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ନୟାଗଡ଼ ଆଦି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏସ୍‌‌ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଯାନବାହନ ଚଳାଚଳ ବେଳେ କିପରି ଦୁର୍ଘଟଣାକୁ ଏଡ଼ାଯିବ ତାହା ସୁନିଶ୍ଚିତ କରିବାକୁ ପରିବହନ ବିଭାଗ ଓ ପୁଲିସ ବିଭାଗ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଆଉ ଏକ ପଶ୍ଚିମା ଝଡ଼ ରାଜ୍ୟରେ ପ୍ରଭାବ ପକାଇବ ବୋଲି ଜଣାପଡ଼ିଛି। ୨୦ତାରିଖ ରାତିରୁ ଏକ ପଶ୍ଚିମା-ଝଡ଼ ପଶ୍ଚିମ-ହିମାଳୟରେ ପ୍ରଭାବ ପକେଇବାର ସମ୍ଭାବନା ଥିବା ବେଳେ ୨୨ତାରିଖରୁ ଉତ୍ତର-ଭାରତ ଉପରେ ଏହାର ପ୍ରଭାବ ସମ୍ଭାବନା ରହିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ତଥା ଉପର ହିମାଳୟ ଅଞ୍ଚଳରେ ତୁଷାରପାତ ସମ୍ଭାବନା ରହିଛି। ବର୍ତ୍ତମାନ ଏହା ଇରାନ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୫.୮ ରୁ ୭.୬ କିମି ମଧ୍ୟରେ ସକ୍ରିୟ ରହିବା ସହ ଏକ ଘୂର୍ଣ୍ଣିବଳୟ ରୂପରେ ଦୃଶ୍ୟମାନ ହୋଇଛି। ମାସ ଶେଷ ସୁଦ୍ଧା ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ରହିଛି।

Leave A Reply

Your email address will not be published.