ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିଏମସିର ପ୍ରର୍ଥୀ ତାଲିକା ଘୋଷଣା, ଏଥର ନନ୍ଦିଗ୍ରାମରୁ ଲଢିବେ ମମତା

କୋଲକାତା: ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମସି) ତାର ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଅନ୍ଯ ୩ଟି ଆସନ ସହଯୋଗୀଙ୍କୁ ଦିଆଯାଇଛି।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶୁଭେନ୍ଦୁଙ୍କ ଗଡ ନନ୍ଦିଗ୍ରାମରୁ ଏଥର ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ। ଯଦି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଟିକେଟ୍ ଦିଏ ତେବେ ଏଥର କଡ୍ଡା ଟକ୍କର ଦେଖିବାକୁ ମିଳିବ । ଚଳିତ ଥର ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ନୂଆ ଚେହେରା ଦେଖିବାକୁ ମିଳିବ। ସେହିପରି ୫୦ ମହିଳା, ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଯାଇଛି।

ଅନ୍ଯପକ୍ଷରେ କ୍ରିକେଟର ମନୋଜ ତିୱାରିଙ୍କୁ ଶିବୁପୁରରୁ ମିଳିଛି ଟିକେଟ୍ । ସେହିଭଳି ଫିଲ୍ମଷ୍ଟାର ସାୟାନତିକାଙ୍କୁ ବାଙ୍କୁରା, କଞ୍ଚନ ମଲ୍ଲିକଙ୍କୁ ଉତ୍ତରପଡା, ଗାୟିକା ଆଦିତି ମୁନସିଙ୍କୁ ରାଜରହାଟ ଓ ଚନ୍ଦ୍ରମା ଭଟ୍ଟଚାର୍ଯ୍ଯଙ୍କୁ ଉତ୍ତର ଦମଦମରୁ ମିଳିଛି ଟିକେଟ୍ । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ନିର୍ବାଚନ ବିଜୟୀ ହେବା ନେଇ ଦମ୍ଭ ଦେଖାଇଥିଲେ ମମତା ବାନାର୍ଜୀ । ଟିଏମସି ସବୁବେଳେ ସବୁ ବର୍ଗର ଲୋକଙ୍କ ସହ ରହିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.