ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗରେ ବଢିଲା ଲକଡାଉନ ଅବଧି, ଜୁଲାଇ ୧୫ ଯାଏ ରହିବ କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ  ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଲକଡାଉନରେ ସାମାନ୍ଯ କୋହଳ କରାଯାଇଛି।

-ଏହି ଲକଡାଉନ ସମୟରେ ସମସ୍ତ ବିୟୁଟି ପାର୍ଲର ସେଲୁନ୍ ଗୁଡିକ ଦିନ ୧୧ ଟାରୁ ୬ଟା ଯାଏଁ ଖୋଲା ରହିବ।

-୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆଫିସ କାର୍ଯ୍ଯ ଚାଲିବ। ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରିବାକୁ ପଡିବ। ଅଫିସ ଗୁଡିକ ସକାଳ ୧୦ରୁ ୪ଟା ଯାଏ ଖୋଲାରହିବ।

-ସମସ୍ତ ବଜାର ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ। ଅନ୍ୟ ସମସ୍ତ ଦୋକାନଗୁଡିକ ଦିନ ୧୧ଟାରୁ ରାତି ୮ଟା ଯାଏଁ ଖୋଲା ରହିବ।

-ଜିମ୍ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲା ରହିବ। ସକାଳ ୬ରୁ -୧୦ ଏବଂ ଅପରାହ୍ନ ୪ଟାରୁ – ରାତି ୮ଟା ଯାଏଁ ଖୋଲା ରହିବ।

-ଘରୋଇ ଏବଂ ସରକାରୀ ବସ୍ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିପାରିବ ।

Leave A Reply

Your email address will not be published.