ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସୂଚନା ଅନୁଯାୟୀ, ମମତା ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ସେହି ଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ। ତା’ପର ଦିନ ସେ ପୁରୀ ଯିବେ। ପୁରୀରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ।

ଏହାପରେ ପୁରୀରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ହୋଟେଲ ଉଦଘାଟନ କରିବା ସହ ଅନ୍ୟକିଛି କାର୍ଯ୍ୟକ୍ରମ ରହିିଛି। ତେବେ ସେହିଦିନ ପୁରୀରୁ ଭୁବନେଶ୍ବର ଫେରି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଏହାପରେ କୋଲକାତା ଫେରିଯିବେ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ।

Leave a comment