ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀରେ ରାଜ୍ୟଗୋଷ୍ଠୀ କ୍ରୀଡା ମଶାଲକୁ ସ୍ବାଗତ

ପୁରୀ : ଇଂଲଣ୍ଡର ବ୍ରିମିଙ୍ଗହମ ରାଜ୍ୟଗୋଷ୍ଠୀ କ୍ରୀଡା କ୍ବୁଇନ ବ୍ୟାଟନ ରିଲେ (ମଶାଲ)କୁ ଆଜି ପୁରୀରେ ସ୍ବାଗତ କରାଯାଇଛି। ଏହି ମଶାଲକୁ ପ୍ରଥମେ ଡାକ୍ତରଖାନା ଛକ, ବଳଗଣ୍ତି, ମାର୍କେଟ ଛକ, ବିଗବଜାର, ମର୍ଚ୍ଚିକୋଟ, ସିଂହଦ୍ବାରରେ ପ୍ରଶାସନ ଓ କ୍ରିଡା ପ୍ରେମୀ ମାନେ ସ୍ବାଗତ କରିଥିଲେ। ଏହି ଅବସରରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡାବିତମାନେ ସାମିଲ ହେଇଥିଲେ । ଏହାପରେ ମଶାଲକୁ ବ୍ଲୁଫ୍ଲାଗ ବିଚରେ ସ୍ବାଗତ କରାଯାଇଥିଲା । ପରେ ପରେ ଏହି ମଶାଲ କୋଣାର୍କରେ ପହଞ୍ଚିବା ପରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା । ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ପୂର୍ବରୁ ଏହି ମଶାଲକୁ ରାଜ୍ୟଗୋଷ୍ଠୀର ସଦସ୍ୟ ଥିବା ସମସ୍ତ ରାଷ୍ଟ୍ରରେ ପରିଭ୍ରମଣ କରାଯାଇଥାଏ। ଚଳିତବର୍ଷ ଜୁଲାଇ ମାସରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେଉଥିବାରୁ ଏହି ମଶାଲ କୁ ପୁରୀ ଅଣାଯାଇଛି ।

Leave A Reply

Your email address will not be published.