ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୧୨ – ୦୧ -୨୦୨୨ )

ମେଷ: ସମସ୍ୟାକୁ ନେଇ ବିଚଳିତ ରହିବେ। ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଚାକିରିରେ ଅବହେଳା ରହିବ। ପରିବହନ ଓ ବାଣିଜ୍ୟରେ ଉତ୍ତେଜନା ରହିପାରେ । ଶିକ୍ଷାର୍ଥୀ ଚଳଚଞ୍ଚଳମନା ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍‌।

ବୃଷ: ଦିନଟି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ଚାକିରିରେ ସମସ୍ୟା ରହିବ। ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ଧଳା।

ମିଥୁନ: ବହୁ ଦିନର ଅଭିଳାଷ ପୂରଣ ହେବ। ମହିଳାମାନେ ଆଦର ସମ୍ମାନ ପାଇବେ। ପ୍ରଶାସନିକ ମାନ ମର୍ଯ୍ୟାଦା ପ୍ରାପ୍ତି ହେବ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କର୍କଟ: ବିଭିନ୍ନ ଉପାୟରେ ଆୟ କରିବେ। ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଚାକିରିରେ ସମ୍ମାନିତ ହେବେ। ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ନିଷ୍ଠାପର ରହିବେ । ଶୁଭ ଅଙ୍ଗ-୯,ଶୁଭ ରଙ୍ଗ-ଲାଲ୍‌।

ଏଥିସହିତ ପଢ଼ନ୍ତୁ

ସିଂହ: ଆର୍ଥିକ ଦୁରାବସ୍ଥା ସୁଧୁରିବ। ଚାକିରିରେ ଦାୟିତ୍ବବୋଧ ରହିବେ। ମହିଳାମାନେ ଧର୍ମ ପରାୟଣା ହେବେ। ଶିଳ୍ପ ଓ ବାଣିଜ୍ୟରେ ବେଶ ଲାଭ ହେବ। ଶିକ୍ଷାର୍ଥୀ ଅନୁଶାସନ ଭିତରେ ରହିବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍‌।

କନ୍ୟା: କୌଣସି କାରଣରୁ ଶୋକଗ୍ରସ୍ତ ହୋଇପାରନ୍ତି। ରାଜନୀତିରେ ବିଷମ ପରିସ୍ଥିତି ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ଚିନ୍ତାଜନକ ରହିବେ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌।

ତୁଳା: ସମସ୍ତ ଦିଗରୁ ସାହାଯ୍ୟ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍‌।

ବିଛା: ଆର୍ଥିକ ସ୍ବଚ୍ଛଳତା ରହିବ। ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ସକ୍ରୀୟ ରହିବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍‌।

ଧନୁ: ଦେହ ଓ ମନ ଭଲ ରହିବ ନାହିଁ। ଚାକିରିରେ ସମ୍ମାନ ବଢ଼ିବ। ରାଜନୀତି,ଜନସେବାରେ ବ୍ରତୀ ହେବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା।

ମକର: ନିକଟତର ବ୍ୟକ୍ତିଙ୍କଠାରୁ ପ୍ରତାରଣା ପାଇପାରନ୍ତି। ବୃଥା ଭ୍ରମଣ ଓ ଅଯଥା ବ୍ୟୟ ଦେଖାଦେଇପାରେ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲଡେନ୍‌।

କୁମ୍ଭ: ଦିନଟି ସୁଖରେ କଟିବ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରିରେ ଉଚ୍ଚସ୍ଥାନକୁ ଯାଇପାରନ୍ତି। ବାଣିଜ୍ୟରେ ଭଲ ହେବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍‌।

ମୀନ: ଦିନଟି ଆମୋଦ ପ୍ରମାଦ ଭିତରେ କଟିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷର୍ଥୀ ଉତ୍ସାହିତ ରହିବେ। ଶୁଭଅଙ୍କ- ୩, ଶୁଭ ରଙ୍ଗ-ହଳଦିଆ।

Leave A Reply

Your email address will not be published.