ବୁଧବାର ରାଶିଫଳ ( ୦୮ – ୦୨ – ୨୦୨୩ )

ମେଷ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ । ବ୍ୟବସାୟରେ ଭଲ ଲାଭ ପାଇବେ। କର୍ମସ୍ଥଳୀରେ ନିଜ ପ୍ରତିଭା ପର୍ଦଶନ କରିବାକୁ ସୁଯୋଗ ପାଇବେ।

ବୃଷ: ନିଜ ନିଷ୍ପତ୍ତିରେ ଅଟ୍ଟଳ ରହିବେ। ସମ୍ପର୍କୀୟମାନଙ୍କ ସହ ମତଭେଦ ଦେଖାଦେଇପାରେ। ମହିଳାଙ୍କ ନିକଟରେ ଆତ୍ମବିଶ୍ବାସର ଅଭାବ ଦେଖାଦେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ।

ଏଥିସହିତ ପଢ଼ନ୍ତୁ

ମିଥୁନ: ଉଚ୍ଚସ୍ଥନ ଅଧିକାରୀଙ୍କ ସହଯୋଗ ପାଇବେ। ଅନ୍ୟ ବିଷୟରେ ଗଭୀର ଭାବରେ ଜାଣିବାକୁ ଚେଷ୍ଟା କରନ୍ତୁ ନାହିଁ। ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସଂଯମତା ରକ୍ଷା କରନ୍ତୁ।

କର୍କଟ: କୌଣସି ପଦକ୍ଷେପ ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଜୀବନସାଥୀଙ୍କ ସହ ବିଦେଶ ଯାତ୍ରା କରିପାରନ୍ତି। ଯୁକ୍ତିତର୍କ କରିବାରୁ ଦୂରେଇ ରୁହନ୍ତୁ। ପରିଶ୍ରମର ଉଚିତ ଫଳ ପାଇନପାରନ୍ତି।

ସିଂହ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନଅନ୍ତୁ ନାହିଁ। ଜମି ଏବଂ ନିର୍ମାଣ ସହ ଜଡିତ ଯୋଜନାରେ ସାମିଲ ହେବେ। ଦୈନଦିନ ସମସ୍ୟାର ସହଜରେ ସମାଧାନ ହେବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

କନ୍ୟା: ଅଯଥାକଥା ଚିନ୍ତାକରି ଅବସାଦରେ ରହିପାରନ୍ତି। ଅନେକ ଉତ୍ସରୁ ଆର୍ଥିକ ଲାଭ ପାଇବେ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ସତର୍କ ରୁହନ୍ତୁ। ଦୂରଯାତ୍ରାରେ କରିବାରୁ ଦୂରେଇ ରୁହନ୍ତୁ।

ତୁଳା: ମହିଳାମାନଙ୍କର ସ୍ବପ୍ନ ସାକାର ହେବ। ଉଭୟେ ପ୍ରେମ ଓ ସାଂସାରିକ ସୁଖଶାନ୍ତି ଅତୁଟ ରହିବ। ବ୍ୟବସାୟରେ ଆୟ ଦ୍ବିଗୁଣିତ ରହିବ। ଛାତ୍ରଛାତ୍ରୀମାନେ ଆଦର୍ଶବାଦୀ ରହିବେ।

ବିଛା: ଉଚ୍ଚ ଚିନ୍ତା ରଖି କାର୍ଯ୍ୟ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ଉତ୍ସାହଜନକ ପରିସ୍ଥିତି ରହିବ। ମହିଳାମାନେ ଚଳଚଞ୍ଚଳ ରହିବେ । ବ୍ୟବସାୟ ପ୍ରସାର ହେବ। ଛାତ୍ରଛାତ୍ରୀମାନେ ଭ୍ରମଣପ୍ରିୟ ହେବେ।

ଧନୁ: ଅନ୍ୟର ସାହାଯ୍ୟ ପାଇ ଆଗେଇ ଚାଲିବେ। ନିଜ କର୍ମ ସ୍ବଭାବ ପାଇଁ ପ୍ରଶଂସିତ ହେବେ। ମହିଳାମାନେ ସଂସ୍କାରପ୍ରିୟ ହେବେ। ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରିୟ ହେବେ।

ମକର: ଜୀବନ ସାଥୀଠାରୁ ସର୍ବୋତ୍ତମ ପରାମର୍ଶ ପାଇବେ। ସାହିତ୍ୟ, କଳା କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ସମ୍ମାନିତ ହେବେ। ଆୟ ବୃଦ୍ଧି ପାଇପାରେ। ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

କୁମ୍ଭ: ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ପ୍ରିୟଜନଙ୍କ ପାଇଁ ମଧୁରଭାଷୀ ହେବେ। କ୍ୟାରିୟର ପାଇଁ ଯୋଜନା କରି ଲକ୍ଷ୍ୟ ନିର୍ଦ୍ଧାରିତ କରିବେ। ମହିଳାମାନେ ସ୍ବାଧୀନମନା ହେବେ।

ମୀନ: ବିବାଦୀୟ ପରିସ୍ଥିତିରେ ମଧ୍ୟ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

Leave a comment