ବୁଧବାର ରାଶିଫଳ (୩୦-୦୬-୨୦୨୧)

ମେଷ : ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ଆର୍ଥିକ ଉନ୍ନତି ଓ ସୁଖସମୃଦ୍ଧି ପ୍ରାପ୍ତି ହେବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ଓ ସଞ୍ଚୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ବୃଷ : ସମସ୍ୟାରୁ ମୁକ୍ତି ପାଇବେ। ଚାକିରିରେ ସହଯୋଗ ପାଇବେ। ପ୍ରଶାସନିକ ଦାୟିତ୍ୱବୋଧ ରହିବ। ପରିବହନ ଓ ବାଣିଜ୍ୟରେ ସଫଳତା ପାଇବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା

ମିଥୁନ : ଅନିଶ୍ଚିତତା କାରଣରୁ କାର୍ଯ୍ୟ ହାନି ହେବ। ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ଅପଦସ୍ତ ହେବେ । ବାଣିଜ୍ୟରେ ନିରାଶ ରହିବେ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

କର୍କଟ : କର୍ମକ୍ଷେତ୍ରରେ ପ୍ରତିକୂଳ ସ୍ଥିତି ରହିବ । ପଡୋଶୀଙ୍କ ସହ ଶତ୍ରୁତା ବୃଦ୍ଧି ହେବ । ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ସିଂହ : ଦିନଟି ପ୍ରସନ୍ନତା ଭିତରେ କଟିବ। ଚାକିରିରେ ସହଯୋଗ ପାଇବେ | ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ବାଣିଜ୍ୟରେ ଶୁଭ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

କନ୍ୟା : ପରିଶ୍ରମର ଫଳ ପାଇବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ଶତ୍ରୁଜୟୀ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ

ତୁଳା : କର୍ମକ୍ଷେତ୍ରରେ ଅସହଯୋଗ ମନେ ହେବ। ଚାକିରିରେ ସ୍ଥାନାନ୍ତର ଯୋଗ ରହିଛି। ରାଜନୀତିରେ ସମସ୍ୟା ରହିବ । ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା : ଅନ୍ୟର ସାହାଯ୍ୟ ପାଇଁ ସଫଳ ହେବେ । ଚାକିରିରେ ଚଳଚଞ୍ଚଳ ରହିବେ । ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ଧନୁ : କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ଚାକିରିରେ ସ୍ଵାଧୀନତା ରହିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର : କୌଣସି ଆର୍ଥିକ ବିଷୟକୁ ନେଇ ଚିନ୍ତାରେ ରହିବେ । ଚାକିରିରେ କାର୍ଯ୍ୟଭାର ରହିବ। ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ : ଦିନଟି ସୁଖଶାନ୍ତି ଭିତରେ କଟିବ। ମହିଳାମାନେ ଆଦର ସମ୍ମାନ ପାଇବେ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟ ସନ୍ତୋଷଜନକ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମୀନ : କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ପଡ଼ୋଶୀଙ୍କ ସହ ଅଶାନ୍ତି ଉପୁଜିପାରେ। ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ। ବାଣିଜ୍ୟ ଚିନ୍ତାଜନକ ରହିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications