ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୨୮-୦୯-୨୦୨୨)

ମେଷ: ଅଧିକ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ନିଷ୍ଠାପର ରହିବେ। ଶତ୍ରୁମାନେ ଆୟତ୍ତାଧୀନ ହେବେ। ବ୍ୟବସାୟରେ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀ ଅଧ୍ୟୟନପ୍ରିୟ ହେବେ। ଦୂରଯାତ୍ରା ଯୋଗ ରହିଛି।

ବୃଷ: କର୍ମକ୍ଷେତ୍ରରେ ଉତ୍ତେଜନା ରହିବ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ବ୍ୟବସାୟରେ ଚିନ୍ତାଜନକ ପରିସ୍ଥିତି ରହିବ। ଦୀର୍ଘଦିନର ସମସ୍ୟାର ସମାଧାନ ହୋଇପାରେ। ସ୍ବାସ୍ଥ୍ୟପ୍ରତି ଅବହେଳା କରି କଷ୍ଟ ପାଇପାରନ୍ତି।

ମିଥୁନ: ବହୁ ଚେଷ୍ଟାକରି ଆଗେଇବେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଲୋକସମ୍ପର୍କ ବୃଦ୍ଧି ପାଇବାକୁ ଲାଗିବ। କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି। ନୂତନ ନିବେଶରୁ ଲାଭାନ୍ବିତ ହେବେ।

କର୍କଟ: କୌଣସି ବଡ଼ ଧରଣର ସଫଳତା ପାଇପାରନ୍ତି। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଜୀବନସାଥୀଙ୍କ ସହଯୋଗ ପାଇ ସହଜରେ କାର୍ଯ୍ୟସିଦ୍ଧି କରିପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ: ଅର୍ଥାଭାବ ଓ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ପ୍ରତିକୂଳ ପରିସ୍ଥିତିର ଉପଯୋଗ କରି ଲାଭବାନ ହେବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ। ପରିବାରର ସହଯୋଗ ପାଇବେ।

କନ୍ୟା: ଗୁରୁଜନଙ୍କଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ପରାମର୍ଶ ନେବେ। କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ସମାଜରେ ଲୋକପ୍ରିୟ ହୋଇପାରନ୍ତି। କ୍ରୀଡ଼ାକ୍ଷେତ୍ରରେ ମହିଳାମାନେ ଯଶକୀର୍ତ୍ତି ପାଇବେ।

ତୁଳା: ଦିନଟି ବ୍ୟସ୍ତତା ଭିତରେ କଟିବ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ମନକଥା ଅନ୍ୟକୁ କହିବାରୁ ଦୂରେଇ ରୁହନ୍ତୁ।

ବିଛା: ଆଶାନୁରୂପ ଫଳ ପାଇବେ। ପ୍ରେମ ଓ ସାଂସାରିକ ଜୀବନ ସୁଖମୟ ରହିବ। ବିଭିନ୍ନ କ୍ଷେତ୍ରରେ ସୁନାମ ପାଇବେ। ଅଯଥା ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଛାତ୍ରଛାତ୍ରୀ କୃତିତ୍ବ ଅର୍ଜନ କରିବେ।

ଧନୁ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ମହିଳାମାନେ ସୁଖୀ ରହିବେ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

ମକର: କର୍ମକ୍ଷେତ୍ରରେ ମନ୍ଥରତା ରହିବ ଓ ସହକର୍ମୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା ଦେଖାଦେବ। ପାରିବାରିକ କାର୍ଯ୍ୟଭାର ଅଧିକ ରହିବ। ଅକସ୍ମାତ୍‌ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ନୂତନ ନିଯୁକ୍ତି ସୁଯୋଗ ଦେଖାଦେବ।

କୁମ୍ଭ: ମାନସିକ ଅସ୍ଥିରତା ଭିତରେ ସମୟ କଟିବ। ଆର୍ଥିକ ଅବସ୍ଥାରେ ଅବନତି ଘଟିବ। ମହିଳାମାନେ ହତାଦର ହୋଇପାରନ୍ତି। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ଦୁଃସାହସିକ ସ୍ଥିତିରେ କାର୍ଯ୍ୟ ହାସଲ କରିବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବ୍ୟବସାୟରେ ପ୍ରସାର ଘଟିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

Leave A Reply

Your email address will not be published.