ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୨୭-୦୭-୨୦୨୨)

ମେଷ: ନିଜ କାମକୁ ଯତ୍ନ ସହାକାରେ କରିବେ। ବ୍ୟବହାରରେ ସୁଧାର ଆଣିବାକୁ ପ୍ରୟାସ କରିବେ। ନୂଆ ଉଦ୍ୟମ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ସମ୍ମାନର ଅଧିକାରୀ ହେବେ।

ବୃଷ: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇ ଗର୍ବ ଅନୁଭବ କରିବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିକଟତର ହୋଇପାରନ୍ତି। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ବିଳାସମୟ ସାମଗ୍ରୀରେ ଖର୍ଚ୍ଚ କରିବେ।

ମିଥୁନ: ଅର୍ଥ କାରବାରକୁ ନେଇ ଚିନ୍ତିତ ରହିପାରନ୍ତି। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଶତ୍ରୁମାନଙ୍କୁ ସଠିକ୍‌ ଶିକ୍ଷା ଦେବେ। ସାଙ୍ଗସାଥୀଙ୍କ ସହ ନିକଟତମ ସ୍ଥାନକୁ ଯାଇପାରନ୍ତି।

କର୍କଟ: ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବାରୁ ପୂର୍ବ ପରିସ୍ଥିତିରେ ସୁଧାର ଦେଖାଦେବ। ବିଭିନ୍ନ କ୍ଷେତ୍ରରୁ ଶୁଭ ଖବର ପାଇଁ ଉତ୍ସାହିତ ରହିବେ। ବିରୋଧୀମାନଙ୍କ କୂଟ ଚକ୍ରାନ୍ତରେ ପଡ଼ିଯାଇ ପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ: ମନକୁ ଶାନ୍ତ ରଖି କାର୍ଯ୍ୟ କରନ୍ତୁ। ଆର୍ଥିକ କାରବାର ସହ ଜଡ଼ିତ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ଭାଗ୍ୟ ଭରସାରେ ନ ରହି କର୍ମ ଉପରେ ଗୁରୁତ୍ବ ଦିଅନ୍ତୁ।

କନ୍ୟା: ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ଅକସ୍ମାତ୍‌ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ।

ତୁଳା: ନିଜ କାର୍ଯ୍ୟ ଅନୁସାରେ ଫଳ ପାଇବେ। ପୂର୍ବରୁ ଦେଇଥିବା କରଜ ଫେରି ପାଇବେ। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ବନ୍ଧୁଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ।

ବିଛା: ଭାବିଥିବା କାର୍ଯ୍ୟ ହଠାତ୍‌ ପୂରଣ ହୋଇଯିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ସୁଯୋଗ ପାଇ ଆଗକୁ ବଢ଼ିବେ। ବ୍ୟବସାୟ ବୃଦ୍ଧି ପାଇଁ ସାଙ୍ଗସାଥୀଙ୍କଠାରୁ ଆର୍ଥିକ ସହାୟତା ପାଇପାରନ୍ତି।

ଧନୁ: ଜୀବନସାଥୀଙ୍କ ପାଇଁ କିଛି ଭିନ୍ନ ପ୍ରୟାସ କରିପାରନ୍ତି। ନୂତନ ନିଯୁକ୍ତି ପାଇ ପାରନ୍ତି। ଆର୍ଥିକସ୍ଥିତି ମଜଭୁତ୍‌ ରହିବ। ଯାତାୟାତ ସମୟରେ ସାବଧାନ ରହିବା ଆବଶ୍ୟକ। ପରିବାରଠାରୁ ସହଯୋଗ ପାଇବେ।

ମକର: ଜୀବନସାଥୀଙ୍କ ସହଯୋଗ କ୍ରମେ ପରିସ୍ଥିତିକୁ ସମ୍ଭାଳି ନେବେ।କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବାକୁ ଲାଗିବ। ଧାର୍ମିକସ୍ଥଳୀ ଯାତ୍ରା ଯୋଗ ରହିଛି। ସନ୍ତାନସନ୍ତତିଙ୍କ ଉନ୍ନତିରେ ଗର୍ବ ଅନୁଭବ କରିବେ।

କୁମ୍ଭ: ନିଜ ବ୍ୟକ୍ତିତ୍ବରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ଆର୍ଥିକ ସମସ୍ୟା ପାଇଁ ମାନସିକ ଅବସାଦ ପାଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବିଳମ୍ବରେ ହୋଇପାରେ । ନିଜ ପ୍ରୟାସରେ କାର୍ଯ୍ୟରେ ସଫଳତା ପାଇବେ।

ମୀନ: ଅନ୍ୟକୁ କୌଣସି ଆଶା ଦେବାରୁ ଦୂରେଇ ରୁହନ୍ତୁ। ବନ୍ଧୁବାନ୍ଧବଙ୍କଠାରୁ ସହଯୋଗ ପାଇବେ। ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ପରିବାର ସହ ଅଧିକ ସମୟ କଟାଇବେ।

Leave A Reply

Your email address will not be published.