ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୨୭-୦୪-୨୦୨୨)

ମେଷ: ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମାପ୍ତ ହେବ। ଚାକିରିରେ ସହଯୋଗ ପାଇବେ। ରାଜନୀତି ଓ ପ୍ରଶାସନିକ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।

ବୃଷ: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ତୁଲାଇବେ। ରାଜନୀତି ଓ ପ୍ରଶାସନିକ ସକ୍ରିୟ ଭୂମିକା ରହିବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

ମିଥୁନ: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ରାଜନୀତିରେ ବିରୋଧୀଙ୍କ ଆକ୍ରୋଶରେ ଶିକାର ହେବେ। ମହିଳାମାନେ ଅପଯଶ ପାଇବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍‌।

କର୍କଟ: ଦିନଟି ଦୁଶ୍ଚିନ୍ତା ଭିତରେ କଟିବ। ଚାକିରିରେ ଅଭିଯୋଗ ଆସିପାରେ। ମହିଳାମାନେ ନିଜକୁ ହେୟ ମନେ କରିବେ। ବାଣିଜ୍ୟ ନୈରାଶ୍ୟଜନକ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍‌।

ଏଥିସହିତ ପଢ଼ନ୍ତୁ

ସିଂହ:କର୍ମକ୍ଷେତ୍ରରେ ଉତ୍ସାହିତ ରହିବେ। ଉଭୟ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ସିଲ୍‌ଭର୍‌

କନ୍ୟା: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ରାଜନୀତିରେ ଶତ୍ରୁମାନେ ଆୟତ୍ତାଧୀନ ହେବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ- କ୍ରିମ୍‌।

ତୁଳା: ଗୁରୁଜନଙ୍କ ସହ ମତଭେଦ ରହିପାରେ। ଚାକିରିରେ ସମସ୍ୟା ରହିବ। ସନ୍ତାନସନ୍ତତି ଅବାଧ୍ୟ ହୋଇପାରନ୍ତି। ବାଣିଜ୍ୟରେ ମନ୍ଥରତା ରହିବ। ଶିକ୍ଷାର୍ଥୀ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ଶୁଭ ଅଙ୍କ- ୨,ଶୁଭ ରଙ୍ଗ-ସିଲ୍‌ଭର୍‌।

ବିଛା:କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ସୁନାମ ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍‌।

ଧନୁ:ଶୃଙ୍ଖଳିତ ଭାବରେ କାର୍ଯ୍ୟକରି ସୁଫଳ ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ। ଶୁଭ ଅଙ୍କ- ୨,ଶୁଭ ରଙ୍ଗ-ଧଳା।

ମକର:କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ରାଜନୀତିରେ ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି। ମହିଳାମାନେ ନିଜକୁ ହେୟ ମନେ କରିବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ-କଳା।

କୁମ୍ଭ: ଦିନଟି ସୁଖସନ୍ତୋଷ ଭିତରେ କଟିବ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରିରେ ସ୍ଥାୟିତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ଦୃଢ଼ମନା ହେବେ। ଶୁଭ ଅଙ୍କ- ୫,ଶୁଭ ରଙ୍ଗ- ସବୁଜ।

ମୀନ:କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି।

Leave A Reply

Your email address will not be published.