ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୨୬-୦୧-୨୦୨୨)

ମେଷ: ବିଭିନ୍ନ କ୍ଷେତ୍ରରୁ ଆୟର ଯୋଗ ରହିଛି। ସାଂସାରିକ ଜୀବନ ସୁଖରେ କଟିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।

ବୃଷ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ଆର୍ଥିକ ଉନ୍ନତି ହେବ। ରାଜନୀତିରେ ଶତ୍ରୁଜୟୀ ହେବେ। ମହିଳାମାନେ ସ୍ବାଭିମାନେ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା।

ମିଥୁନ: କର୍ମକ୍ଷେତ୍ରରେ ଆୟବ୍ୟୟ ସମାନ ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ କାର୍ଯ୍ୟବହୁଳ ରହିବ। ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌।

କର୍କଟ: ଦିନଟି ଚଳଚଞ୍ଚଳ ରହିବେ। ରାଜନୀତିରେ ଜନସେବାର ବ୍ରତୀ େହବେ। ଚାକିରିରେ ସହଯୋଗ ପାଇବେ। ପରିବହନ ଓ ବାଣିଜ୍ୟରେ ଲାଭମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ସିଲଭର୍‌।

ଏଥିସହିତ ପଢ଼ନ୍ତୁ

ସିଂହ: ବଡ଼ଧରଣର ସଫଳତା ପାଇପାରନ୍ତି। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ସକ୍ରିୟ ଭୂମିକା ରହିବ। ପରିବହନ ଓ ବାଣିଜ୍ୟରେ ଆୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।

କନ୍ୟା: ବ୍ୟୟ ବହୁଳତା କାରଣରୁ ମନସ୍ତାପରେ ରହିବେ। ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ। ଚାକିରିରେ ଚାପ ରହିବ। ବାଣିଜ୍ୟ ମନ୍ଥର ରହିବେ। ଶିକ୍ଷାର୍ଥୀ ସମସ୍ୟା ଭିତରେ ରହିବେ। ଶୁଭ ଅଙ୍କ-୬ ,ଶୁଭ ରଙ୍ଗ- ସିଲଭର୍‌।

ତୁଳା: ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ରାଜନୀତିରେ ପ୍ରଶଂସା ପାଇବ। ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ଧଳା।

ବିଛା: କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ସାଂସାରିକ ବ୍ୟସ୍ତତା ଭିତରେ ରହିବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସାଧାରଣ ଫଳ ପାଇବେ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ମେରୁନ୍‌।

ଧନୁ: ବହୁ ଦିନର କାମନା ପୂରଣ ହେବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ସମୃଦ୍ଧିପ୍ରାପ୍ତ ହେବ। ଶିକ୍ଷାର୍ଥୀ ମନ ମୁତାବକ ଫଳ ପାଇବେ। ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି।

ମକର: କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

କୁମ୍ଭ: ଅନିଶ୍ଚିତତା କାରଣରୁ କାର୍ଯ୍ୟହାନି ହୋଇପାରେ । ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ବାତାବରଣ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍‌।

ମୀନ:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଷଡ଼ଯନ୍ତ୍ରରେ ପ୍ରଭାବିତ ହୋଇପାରନ୍ତି। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ।ଶୁଭ ଅଙ୍କ- ୩,ଶୁଭ ରଙ୍ଗ-କ୍ରିମ୍‌।

Leave A Reply

Your email address will not be published.