ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୨୫ – ୦୧ – ୨୦୨୩ )

ମେଷ: ଦିନଟି ସବୁ ଦୃଷ୍ଟିରୁ ଅନୁକୂଳ ରହିବ। ସମୟ ସହିତ ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମହିଳାମାନେ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।

ବୃଷ: ଅତ୍ୟଧିକ ଖର୍ଚ୍ଚ କରି ଚିନ୍ତାରେ ପଡ଼ିପାରନ୍ତି। ଦାମ୍ପତ୍ୟ ଜୀବନରେ ସମସ୍ୟା ବୃଦ୍ଧିପାଇବ। ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। ପିତାଙ୍କ ସହଯୋଗ କ୍ରମେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ।

ମିଥୁନ: ଅକସ୍ମାତ୍‌ ଲାଭବାନ୍‌ ହେବେ। ବେରୋଜଗାର ଲୋକଙ୍କ ପାଇଁ ନୂତନ ରୋଜଗାରର ଯୋଗ ରହିଛି। ଛାତ୍ରଛାତ୍ରୀ ନିଜ ପରିଶ୍ରମର ଉଚିତ ଫଳ ପାଇବେ। ଅନୁଭବୀ ବ୍ୟକ୍ତଙ୍କ ଠାରୁ ପରାମର୍ଶ ପାଇବେ।

କର୍କଟ: ପ୍ରଶାସନିକ ଅଧିକାରୀଙ୍କ ଠାରୁ ସହଯୋଗ ପାଇବେ। କ୍ୟାରିଅରରେ ଅଗ୍ରଗତି ପାଇଁ କଠିନ ପରିଶ୍ରମ ଜାରି ରଖନ୍ତୁ। ନିଶ୍ଚିତ ଭାବରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ।

ଏଥିସହିତ ପଢ଼ନ୍ତୁ

ସିଂହ: ନିଜ ବ୍ୟବହାର ପାଇଁ ପ୍ରଶଂସାର ପାତ୍ର ହେବେ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ। ବନ୍ଧୁ ଏବଂ ପ୍ରିୟଜନଙ୍କ ଠାରୁ ସମର୍ଥନ ପାଇବେ। ପରିବାରରେ ସମ୍ପତ୍ତି ସମ୍ବନ୍ଧରେ ଏକ ବିବାଦ ଦେଖାଦେଇପାରେ ।

କନ୍ୟା: ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। କର୍ମକ୍ଷେତ୍ରରେ ମନମୁତାବକ କାର୍ଯ୍ୟରେ ନିୟୋଜିତ ହେବେ। ଆର୍ଥିକ ଯୋଜନାରୁ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀମାନେ ଆଳସ୍ୟତା ପାଇଁ କଷ୍ଟ ପାଇପାରନ୍ତି।

ତୁଳା: ପ୍ରିୟଜନଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ ।

ବିଛା: ପରିବାର ସଦସ୍ୟଙ୍କ ଆଚରଣ ଆପଣଙ୍କୁ କଷ୍ଟ ଦେଇପାରେ। ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ମହିଳାମାନେ ଭାବପ୍ରବଣ ହେବେ। ବ୍ୟବସାୟକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଆର୍ଥିକସ୍ଥିତି ସୁଦୃଢ଼ ରହିବ।

ଧନୁ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କ୍ୟାରିୟରରେ ବଡ଼ ସଫଳତା ପାଇ ପାରନ୍ତି। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। କୌଣସି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ।

ମକର: କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇବେ। ସାଂସାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ। ପ୍ରଶାସନିକ ସକ୍ରିୟ ରହିବେ। ବ୍ୟବସାୟକୁ ବୃଦ୍ଧି କରିବା ନିମନ୍ତେ ନୂତନ ରାସ୍ତା ପାଇବେ।

କୁମ୍ଭ: ନିଜ ପ୍ରଚେଷ୍ଟାରେ ସଫଳତା ପାଇବେ। ଆପଣଙ୍କ କଥା ଅନୁସାରେ ସବୁ କାର୍ଯ୍ୟ ହୋଇପାରେ। ଘରେ ଲାଗିରହିଥିବା ତିକ୍ତତା ଭିନ୍ନମୋଡ଼ ନେବ। ପରିସ୍ଥିତିକୁ ଲକ୍ଷ୍ୟ କରି ନିଜକୁ ବଦଳାଇବାକୁ ଚେଷ୍ଟା କରିବେ।

ମୀନ: ଜଟିଳ ପରିସ୍ଥ଄ତିକୁ ଧୈର୍ଯ୍ୟର ସହ ସମ୍ଭାଳି ନେବେ। କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବ୍ୟବସାୟ ସନ୍ତୋଷଜନକ ରହିବ।

Leave A Reply

Your email address will not be published.