ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୨୩–୧୧–୨୦୨୨ )

ମେଷ: ସମୟର ସଦୁପଯୋଗ କରନ୍ତୁ। ଉନ୍ନତି ପାଇଁ କଠୋର ପରିଶ୍ରମ କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ଅନ୍ୟଥା ସମସ୍ୟା ଉପୁଜିପାରେ।

ବୃଷ: ଦେହ ମନ ଭଲ ରହିବ। ଅକସ୍ମାତ ଧନବାନ ହେବେ। କଠିନ ପରିଶ୍ରମର ଫଳ ପାଇବେ। ନୂତନ କାର୍ଯ୍ୟରେ ମନ ବଳାଇବେ। ବୈବାହିକ ଜୀବନରେ ନୂତନ ପରିବର୍ତ୍ତନ ଆସିପାରେ।

ମିଥୁନ: ଉତ୍ସାହିତ ହୋଇ ସମସ୍ତ କାର୍ଯ୍ୟକୁ କରିବେ। ପାରିବାରିକ ଭୁଲ ବୁଝାମଣା ଦୂର ହେବ। ମାନସିକ ଶାନ୍ତି ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭା ବିସ୍ତାର କରିବେ।

କର୍କଟ: ପାରିବାରିକ ସହଯୋଗ ପାଇବେ। ଜମି କିଣାବିକା ଯୋଗ ରହିଛି। ପଡ଼ୋଶୀଙ୍କ ସହ ମନାନ୍ତର ଦେଖାଦେଇପାରେ । ଜୀବନ ସାଥୀଙ୍କ ସହ ସମୟ ଅତିବାହିତ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ପରିବାର ସଦସ୍ୟଙ୍କ ସହ ଅଧିକ ସମୟ କଟାଇବେ। ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ।

କନ୍ୟା: କୌଣସି ଶୁଭ ଖବର ପାଇଁ ଆନନ୍ଦିତ ହେବେ। ବେରୋଜଗାରୀମାନଙ୍କୁ ରୋଜଗାରର ଅବସର ପ୍ରାପ୍ତି ହେବ। ସମାଜରେ ସମ୍ମାନ ବଢ଼ିବ। ସାଙ୍ଗସାଥୀ ସାହାଯ୍ୟର ହାତ ବଢ଼ାଇବେ।

ତୁଳା: ନିଜ ପାଇଁ ମୂଲ୍ୟବାନ ସମୟ ବାହାର କରିବେ। ଛାତ୍ରଛାତ୍ରୀମାନେ ଅଳସୁଆ ଅନୁଭବ କରିବେ। କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଅଯଥା କଥାରେ ମୁଣ୍ଡ ନପୂରାଇ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖିନ୍ତୁ।

ବିଛା: ନିଜ ପ୍ରତିଭାକୁ ବିକଶିତ କରିବାକୁ ସୁେଯାଗ ପାଇବେ। ଜୀବନରେ କିଛି ନୂଆ କରିବାର ସୁଯୋଗ ମିଳିପାରେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଗୁରୁଜନଙ୍କ ବିଶ୍ବାସର ପାତ୍ର ହେବେ।

ଧନୁ: ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଦୂରଯାତ୍ରା କରି ଲାଭବାନ ହେବେ। ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ହେବ।

ମକର: ନିଷ୍ପତ୍ତି ନେବା ସମୟରେ ପରିବାରକୁ ମହତ୍ତ୍ବ ଦିଅନ୍ତୁ। ଆର୍ଥିକସ୍ଥିତିରେ ସୁଧାର ଦେଖାଦେବ। ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାେର । ହସଖୁସିରେ ଦିନଟି କଟିବ।

କୁମ୍ଭ: ପୁରୁଣା କଥାକୁ ମନେ ପକାଇ ଚିନ୍ତାରେ ରହିବେ। ବନ୍ଧୁବାନ୍ଧଙ୍କ ସହ ସମ୍ପର୍କରେ ସୁଧାର ଆସିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ।

ମୀନ: ଆୟ ତୁଳନାରେ ବ୍ୟୟ ବଢ଼ିବ। ବିପରୀତ ପରିସ୍ଥିତିକୁ ମଧ୍ୟ ନିଜ ସପକ୍ଷରେ କରିନେବେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି।

Leave A Reply

Your email address will not be published.