ବୁଧବାର ରାଶିଫଳ (୨୩-୦୬-୨୦୨୧)

ମେଷ : କର୍ମକ୍ଷେତ୍ରରେ କାର୍ଯ୍ୟହାନି ଓ ପ୍ରତାରଣା ପାଇପାରନ୍ତି। ମହିଳାମାନେ ହତାଦର ହେବେ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ବୃଷ : ସମାଜରେ ପ୍ରତିଷ୍ଠିତ ହେବେ। ପ୍ରଶାସନିକ ସୁନାମ ପାଇବେ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ । ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ଏଥିସହିତ ପଢ଼ନ୍ତୁ

ମିଥୁନ : ପରିଶ୍ରମ ମୁତାବକ ଫଳ ପାଇବେ। ଚାକିରୀରେ ସହଯୋଗ ପାଇବେ। ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କର୍କଟ : ଦେହ ଓ ମନ ଭଲ ରହିବ। ସାଂସାରିକ ସନ୍ତାନ ସନ୍ତତିଙ୍କୁ ନେଇ ଗୌରବାନ୍ବିତ ହେବେ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ସିଂହ : କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ ଚାପ ରହିବ। | ମହିଳାମାନେ ଅଳସୁଆ ହେବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ମେରୁନ୍

କନ୍ୟା : ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ଓ ସହଯୋଗ ମିଳିବ। ପ୍ରଶାସନିକ ପ୍ରଭାବଶାଳୀ ହେବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ତୁଳା : ପ୍ରତ୍ୟେକ କ୍ଷେତ୍ରରେ ଆଗ୍ନେଇ ଚାଲିବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା : ଅନ୍ୟର ସାହାଯ୍ୟ ପାଇ ଉନ୍ନତି କରିବେ । ସାଂସାରିକ ହଲ୍ଲାସ ଭିତରେ କଟିବ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

ଧନୁ : ହେଉଥିବା କାର୍ଯ୍ୟ ଅଳ୍ପକେ ସ୍ଥଗିତ ରହିପାରେ । ମହିଳାମାନେ ଅସ୍ଥିରମନା ରହିବେ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ମକର : ବିଭିନ୍ନ ଉପାୟରେ ଅର୍ଥାଗମ ହେବ। ପ୍ରଶାସନିକ ଓ ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

କୃମ୍ଭ : କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ | ରାଜନୀତିରେ ସହଯୋଗ ମିଳିବ । ବାଣିଜ୍ୟରେ ଭଲ ଆୟ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-କ୍ରିମ୍

ମୀନ : ଦିନଟି ଅନୁଶାସନ ଭିତରେ କଟିବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ । ପରିବହନ ଓ ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

Leave a comment