ବୁଧବାର ରାଶିଫଳ (୨୩-୦୨-୨୦୨୨)

ମେଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ମହିଳାମାନେ ସ୍ବାସ୍ଥ୍ୟ ସମସ୍ୟାରେ ପ୍ରଭାବିତ ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା।

ବୃଷ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍‌।

ଏଥିସହିତ ପଢ଼ନ୍ତୁ

ମିଥୁନ: ପରିଶ୍ରମ ମୁତାବକ ଫଳ ପାଇବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ମହିଳାମାନଙ୍କ ସ୍ବାଭିମାନ ଅକ୍ଷୁର୍ଣ୍ଣ ରହିବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି।

କର୍କଟ: ଅନିଶ୍ଚିତତା କାରଣରୁ କାର୍ଯ୍ୟହାନି ହୋଇପାରେ। ଗୁରୁଜନଙ୍କ ସହ ମତଭେଦ ହୋଇପାରେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ଅସଫଳ ହୋଇପାରନ୍ତି। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ଧଳା।

ସିଂହ: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ- ଗୋଲ୍‌ଡେନ୍‌।

କନ୍ୟା: ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ସମାଜରେ ପ୍ରତିଷ୍ଠିତ ହେବେ। ଭ୍ରାତୃଭଗ୍ନୀଙ୍କର ସହଯୋଗ ପାଇବେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଆୟବୃଦ୍ଧି ହେବେ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌।

ତୁଳା: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ଚାକିରିରେ ବ୍ୟସ୍ତବିବ୍ରତ ରହିବେ। ବାଣିଜ୍ୟରେ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ- ନୀଳ।

ବିଛା: ବହୁ ପରିଶ୍ରମ କରି ସଫଳ ହେବେ। କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା।

ଧନୁ: ଉଚ୍ଚ ଆଶା ପୂରଣ ହେବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ- ବାଇଗଣୀ।

ମକର: ଆଶାନୁରୂପ ଫଳ ପ୍ରାପ୍ତି ହେବ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ରାଜନୀତିରେ ଉଚ୍ଚ ସମ୍ମାନ ପାଇବେ। ବାଣିଜ୍ୟରେ ସଞ୍ଚୟ ହେବେ। ଶୁଭ ଅଙ୍କ- ୩,ଶୁଭ ରଙ୍ଗ- ଗୋଲ୍‌ଡେନ୍‌।

କୁମ୍ଭ: ବାରମ୍ବାର ଚେଷ୍ଟା ସତ୍ତ୍ବେ ଅସଫଳ ହୋଇପାରନ୍ତି। ଚାକିରିରେ ଅବହେଳା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇବ। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ- ସିଲଭର୍‌।

ମୀନ: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ ବିଷମ ପରିସ୍ଥିତି ରହିବ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିପାରନ୍ତି। ଶୁଭ ଅଙ୍କ- ୩,ଶୁଭ ରଙ୍ଗ- ହଳଦିଆ।

Leave a comment