ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୨୧-୦୯-୨୦୨୨)

ମେଷ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିପାରେ। ଭିବିଷ୍ୟତର ଅନିଶ୍ଚିତତାକୁ ନେଇ ମାନସିକ ଅଶାନ୍ତି ପାଇପାରନ୍ତି। ସୃଜନଶୀଳତା ଓ ଆତ୍ମବିଶ୍ବାସର ସହ କର୍ମକ୍ଷେତ୍ରରେ କାର୍ଯ୍ୟ କରିବେ।

ବୃଷ: ଜୀବନସାଥୀଙ୍କ ସହ ମନର ଭାବନା କହି ଶାନ୍ତି ପାଇବେ। ମହିଳାମାନେ ଆତ୍ମବିଶ୍ବାସର ସହ ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭାର ପଦର୍ଶନ କରିବେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ।

ମିଥୁନ: ଆପଣଙ୍କ ନେତୃତ୍ବରେ କାର୍ଯ୍ୟ ସମ୍ପାଦନା ହୋଇପାରେ। ଛୋଟବଡ଼ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ନୂତନ କାର୍ଯ୍ୟ ଶିଖିବାକୁ ଆଗ୍ରହ ଦେଖାଇବେ।

କର୍କଟ: ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ପରିବାରଠାରୁ ପୂର୍ଣ୍ଣ ସହାୟତା ପାଇବେ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ହେବ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ନିଜ ବ୍ୟବହାର ପାଇଁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ପରିବାରରେ ଉତ୍ସବର ବାତାବରଣ ରହିବ।

କନ୍ୟା: କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ। କ୍ୟାରିୟରରେ ସଫଳତା ପାଇବେ। ନୂଆ ଲୋକଙ୍କ ସହ ସମ୍ପର୍କ ଗଢ଼ିଉଠିବ। ଅଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ।

ତୁଳା: ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ନିଜ ଯୋଗ୍ୟତାକୁ ପ୍ରମାଣ କରିବା ପାଇଁ ସୁଯୋଗ ପାଇବେ।

ବିଛା: ନିଜ କାର୍ଯ୍ୟରେ ପରିବର୍ତ୍ତନ ଆସିବ। ଧନଲାଭର ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଭବିଷ୍ୟତ ପାଇଁ ସଞ୍ଚୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ଧନୁ: ନିଜ ବୁଦ୍ଧି ବଳର ଉପଯୋଗ କରି କାର୍ଯ୍ୟ ହାସଲ କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଅନ୍ୟର କଥାରେ ଦୁଃଖୀ ହୋଇପାରନ୍ତି। ପାରିବାରିକ ସମସ୍ୟା ଦେଖାଦେବ।

ମକର: ଦେହ ଓ ମନ ଭଲ ରହିବ। ନୂତନ କାର୍ଯ୍ୟ କରିପାରନ୍ତି। ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦୀର୍ଘଦିନର ଚିନ୍ତା ଦୂରହେବ।

କୁମ୍ଭ: ଆଧ୍ୟାତ୍ମିକ ଚିନ୍ତାରେ ସମୟ ବିତିବ। ତରବରିଆ ଭାବରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଦେବେ। ପାରିବାରିକ ଜୀବନରେ ସମ୍ପର୍କ ସୁଦୃଢ଼ ରହିବ।

ମୀନ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ। ଆୟ ବଢ଼ିବାରେ ଲାଗିବ। ଲେଖାଲେଖି କରି ଲୋକପ୍ରିୟତା ହାସଲ କରିବେ।

Leave A Reply

Your email address will not be published.