ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୨୦-୦୭-୨୦୨୨)

ମେଷ: ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସକ୍ରିୟ ରହିବେ। କର୍ମକ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କରିବେ। କୌଣସି ଯୋଜନାକୁ ସଫଳ କରିବା ପାଇଁ ସହକର୍ମୀଙ୍କ ସମର୍ଥନ ପାଇବେ।

ବୃଷ: କଠିନ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ଅନ୍ୟର ସାହାଯ୍ୟ ଲୋଡ଼ିବେ। ମହିଳାମାନେ ଉତ୍ସାହିତ ହୋଇ କାର୍ଯ୍ୟ କରିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ମିଥୁନ: ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇପାରନ୍ତି। ଗୁରୁଜନଙ୍କ ମାର୍ଗ ପରିଦର୍ଶନ କରାଇବେ। ଅତିଥିଙ୍କ ଆଗମନରେ ଉତ୍ସାହିତ ହୋଇ ଅଧିକ ବ୍ୟୟ କରିବେ। ନୂତନ ତଥା ଭିନ୍ନ ଦାୟିତ୍ବ ଭାର ନେଇପାରନ୍ତି।

କର୍କଟ: ନିଜକୁ ପ୍ରତିଷ୍ଠା କରିବାର ଉତ୍ତମ ସୁଯୋଗ ପାଇବେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଦୂର ହେବ। ଅଧିକ ଚିନ୍ତା କରିବା ପରିବର୍ତ୍ତେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେଲେ ସଫଳତା ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ନିଜ ଇଚ୍ଛା ମୁତାବକ ସବୁ କାର୍ଯ୍ୟ ପୂରଣ ହେବ। ଅଧିକ କାର୍ଯ୍ୟ କରି ଅସୁସ୍ଥ ମନେ କରିପାରନ୍ତି। ସାଙ୍ଗସାଥୀଙ୍କ ସହ ମନୋରଞ୍ଜନରେ ସମୟ ବିତିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ ।

କନ୍ୟା: ସିଧା କଥା କହି ସମସ୍ୟାରୁ ରକ୍ଷା ପାଇପାରନ୍ତି। କ୍ୟାରିୟରରେ ନୂତନ ପରିବର୍ତ୍ତନ ଦେଖାଦେବ। ଧନଲାଭ ଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଦେଖାଯିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ତୁଳା: ମାନସିକ ଅବସାଦରେ ରହିବେ। ଜୀବନସାଥୀଙ୍କ ସହଯୋଗ ପାଇବେ ନାହିଁ। କୌଣସି ନିଷ୍ପତ୍ତି ନେବାରେ ଦ୍ବନ୍ଦ୍ବ ଉପୁଜିପାରେ। ନିଜ ଦୁର୍ବଳତାକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ।

ବିଛା: ଅଧାରେ ରହିଯାଇଥିବା କାର୍ଯ୍ୟ ପୂରଣ ହୋଇପାରେ। କିଛି ନୂଆ ଅବସର ପାଇ ଜୀବନରେ ଆଗକୁ ବଢ଼ିପାରନ୍ତି। ଦୂର ସ୍ଥାନକୁ ଯାତ୍ରାଯୋଗ ରହିଛି। କିଛି ନୂଆ କରିବାର ମଉକା ପାଇବେ।

ଧନୁ: ନିଜ ମନ କଥା କହି ଆତ୍ମସନ୍ତୋଷ ପାଇବେ। ଜୋର୍‌ ଜବରଦସ୍ତ ସଫଳତା ପାଇବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଆଶାନ୍ବିତ ଫଳ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ମକର: ଭାଇଭଉଣୀଙ୍କ ସହ ତର୍କବିତର୍କ ଦେଖାଦେଇପାରେ । ବ୍ୟବସାୟରେ ସଫଳତା ପାଇବାକୁ ଚାହଁୁଥିଲେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଶତ୍ରୁମାନେ ଆପଣଙ୍କ ପ୍ରଗତିରେ ଗତିରୋଧ କରିପାରନ୍ତି।

କୁମ୍ଭ: ବିଭିନ୍ନ ଦିଗରୁ ସଫଳତା ପାଇବେ। ଦୈନନ୍ଦିନ କାର୍ଯ୍ୟରୁ କିଛି ନୂଆ ଶିଖିବାକୁ ପାଇବେ। ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠାନ ହୋଇପାରେ।

ମୀନ: କୌଣସି ସୁଯୋଗର ଲାଭ ଉଠାଇ ପାରନ୍ତି। ନୂତନ ନିବେଶରୁ ଧନ ଲାଭର ଯୋଗ ରହିଛି। ସହକର୍ମୀଙ୍କଠାରୁ ପ୍ରଶଂସା ପାଇପାରନ୍ତି। ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ।

Leave A Reply

Your email address will not be published.