ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୧୭-୧୧-୨୦୨୧)

ମେଷ: କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ପୁଞ୍ଜି ନିବେଶ କରି ଚିନ୍ତାରେ ରହିବେ । ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ପିଙ୍କ୍

ବୃଷ: କର୍ମକ୍ଷେତ୍ରରେ ମନ୍ଥରତା ଦେଖାଦେବ । ଚାକିରିରେ ସମସ୍ୟା ରହିବ। ମହିଳାମାନେ ବିରକ୍ତି ହେବେ । ବାଣିଜ୍ୟରେ ବ୍ୟୟ ବହୁଳତା ଦେଖାଦେବ । ଶିକ୍ଷାର୍ଥୀ ଅସଫଳ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ଆକାଶୀ

ମିଥୁନ : ସମାଜରେ ଆଧୂପତ୍ୟ ବୃଦ୍ଧି ପାଇବ। ଚାକିରିରେ ଦାୟିତ୍ବବୋଧ ରହିବ। ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

କର୍କଟ: ଦିନଟି ସୁଖ ସନ୍ତୋଷ ଭିତରେ କଟିବ । ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଚାକିରିରେ ସହଯୋଗ ପାଇବେ । ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ ଆଶାନୁରୂପ ଫଳ ପାଇବେ। ଶୁଭ ଅଙ୍କ –୧, ଶୁଭ ରଙ୍ଗ – ଗୋଲାପି

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ରାଜନୀତିରେ ଜନସେବାରେ ବ୍ରତୀ ହେବେ । ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅନୁଶାସନ ଭିତରେ ରହିବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କନ୍ୟା : କର୍ମକ୍ଷେତ୍ରରେ ଶତ୍ରବୃଦ୍ଧି ହେବେ । ଚାକିରିରେ ଅଭିଯୋଗ ଆସିପାରେ। ମହିଳାମାନେ ହତାଦର ହେବେ । ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର

ତୁଳା: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

ବିଛା : ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ସମ୍ପାଦନ ରହିବେ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ । ଚାକିରିରେ ସମ୍ମାନ ମିଳିବ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ଧନୁ : ଅଟକି ରହିଥିବା କାର୍ଯ୍ୟ ସମ୍ପାଦନ ହେବ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ଶିଳ୍ପ ଓ ବାଣିଜ୍ୟରେ ସୁଫଳ ମିଳିବ। ଶିକ୍ଷାର୍ଥୀ ଗୁରୁଜନଙ୍କର ପ୍ରିୟ ହେବ। ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି

ମକର : କର୍ମକ୍ଷେତ୍ରରେ ସମସ୍ୟା ବହୁଳ ରହିବ। ରାଜନୀତିରେ ବିବାଦୀୟ ପରିସ୍ଥିତି ଦେଖାଦେବ। ମହିଳାମାନେ ଅସ୍ଥିରମନା ହେବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସୁଫଳ ପାଇବେ ନାହିଁ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

କୁମ୍ଭ: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ । ଚାକିରିରେ ସହଯୋଗ ପାଇବେ । ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟ ଲାଭଜନକ ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲ୍ଡେନ୍

ମୀନ : କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ଚାକିରିରେ ପ୍ରଶଂସା ପାଇବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭ ହେବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ –୩, ଶୁଭ ରଙ୍ଗ – କ୍ରିମ୍

Leave A Reply

Your email address will not be published.