ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୧୬–୧୧–୨୦୨୨ )

ମେଷ: ଦିନଟି ଶୁଭ ଫଳାଫଳ ପ୍ରଦାନ କରିବ। ମହିଳାମାନଙ୍କର ଧନଲାଭ ଯୋଗ ରହିଛି। ନୂତନ ନିଯୁକ୍ତିର ସୁଯୋଗ ମିଳିବ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ମହିଳାମାନେ ସ୍ବାଭିମାନୀ ହେବେ।

ବୃଷ: ଆଜି ନିଜ ଉପରେ ଗର୍ବ ଅନୁଭବ କରିବେ। ପୂର୍ବ ନିବେଶରୁ ଲାଭାନ୍ବିତ ହେବେ। ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେବେ। ନିଜ ଦାୟିତ୍ବକୁ ସୁଚାରୁ ରୁପରେ ତୁଲାଇବେ।

ମିଥୁନ: ଆଜି ଆନନ୍ଦ ଉଲ୍ଲାସରେ ସମୟ କଟାଇବେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁମାନଙ୍କ ବାଧା ଉପୁଜିପାରେ । ନିଜ ଜରୁରୀ କାଗଜପତ୍ରକୁ ଧ୍ୟାନରେ ରଖନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନୂତନ ମୋଡ଼ ଆସିବ।

କର୍କଟ: ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଗୁରୁଜନଙ୍କ କଥାରେ ଅମଙ୍ଗ ହୋଇ ହଇରାଣରେ ପଡ଼ିପାରନ୍ତି। ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟିରେ ଜଗିରହି ଚଳନ୍ତୁ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇବେ। ସାଙ୍ଗସାଥୀଙ୍କ ସହ ବୁଲାବୁଲିରେ ସମୟ କଟିବ। ଜୀବନସାଥୀଙ୍କଠାରୁ ଶୁଭ ସମାଚାର ମିଳିପାରେ।

କନ୍ୟା: ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। କୋର୍ଟକଚେରୀ ମାମଲାର ନିଷ୍ପତ୍ତି ଆପଣ ସପକ୍ଷରେ ଯିବ। ଅକସ୍ମାତ୍‌ ଲାଭାନ୍ବିତ ହେବେ। ଦିନଟି ବ୍ୟସ୍ତତା ଭିତରେ କଟିବ।

ତୁଳା: ପାରିବାରିକ ସମସ୍ୟା ପାଇଁ ମାନସିକ ଶାନ୍ତି ହରାଇ ବସିବେ। ଅନେକ ସ୍ରୋତରୁ ଆର୍ଥିକ ଲାଭ ପାଇବେ। ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ଉଚ୍ଚଅଧିକାରୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ।

ବିଛା: ପାରିବାରିକ ଦ୍ବନ୍ଦ୍ବ ଉପୁଜିପାରେ କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିପାରେ। ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳ ହେବେ। ପାଖପଡ଼ୋଶୀଙ୍କ ସହ ସମ୍ପର୍କ ନିବିଡ଼ ହେବ।

ଧନୁ: ପାରିବାରିକ ସମ୍ପର୍କରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ। ଛାତ୍ରଛାତ୍ରୀ ବାରମ୍ବାର ଚେଷ୍ଟା କରି ଭଲ ଫଳାଫଳ ପାଇବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବେ।

ମକର: ମାନସିକ ସ୍ଥିରତା ରଖି ନିଜ ଲକ୍ଷ୍ୟ ଉପରେ ଧ୍ୟାନ େକନ୍ଦ୍ରିତ କରନ୍ତୁ। ଆର୍ଥିକ ସ୍ଥିତି ପାଇଁ ଜଟିଳ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି। ନିଜ ମନକଥା ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ।

କୁମ୍ଭ: ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟୀମାନେ ଅଧିକ ଲାଭ ପାଇବେ। ଜୀବନସାଥୀଙ୍କ ମତାମତ ନେଇ ପାରନ୍ତି। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ଜାରି ରଖିବେ। ପରିବାର ସହ ନିକଟବର୍ତ୍ତୀ ସ୍ଥାନକୁ ଯାଇପାରନ୍ତି।

ମୀନ: ଆପଣଙ୍କ ବ୍ୟବହାରରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରନ୍ତି। ଭାଇଭଉଣୀଙ୍କ ଠାରୁ ସହଯୋଗ ପାଇପାରନ୍ତି। ଜୀବନସାଥୀଙ୍କ ସହ ମତାନ୍ତର ଦେଖାଦେବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତାରେ ରହିପାରନ୍ତି।

Leave A Reply

Your email address will not be published.