ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୧୫-୦୬-୨୦୨୨)

ମେଷ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରିବାରିକ ଅଶାନ୍ତି କଷ୍ଟ ଦେଇପାରେ। ନିବେଶ କରିବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ଗୁରୁଜନଙ୍କ ଆର୍ଶୀବାଦ ନେଇ ଆଗକୁ ବଢ଼ିବେ।

ବୃଷ: ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବେ। ଜୀବନସାଥୀଙ୍କ ସହ ଭୁଲ ବୁଝାମଣା ଦେଖାଦେଇପାରେ।

ମିଥୁନ: ଅନ୍ୟକୁ ଅଧିକ ଗୁରୁତ୍ବ ଦିଅନ୍ତୁ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅଧିକ ରୋଜଗାର ପାଇଁ ନିଜ ସୃଜନଶୀଳତା ଉପରେ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

କର୍କଟ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ସନ୍ତାନମାନେ ଅାଶା କରିଥିବା ସ୍ନେହର ଅଧିକାରୀ ହେବେ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ଆଗକୁ ବଢ଼ିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଭ୍ରାନ୍ତଧାରଣାର ଶିକାର ହୋଇପାରନ୍ତି। ସାଙ୍ଗସାଥୀଙ୍କ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରିବେ। ଅକସ୍ମାତ୍‌ ଖର୍ଚ୍ଚ ଆର୍ଥିକ ଚିନ୍ତା ବୃଦ୍ଧି କରାଇପାରେ। ବୈବାହିକ ଜୀବନରେ ଦ୍ବନ୍ଦ୍ବ ଉପୁଜିପାରେ।

କନ୍ୟା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବୁଝିବିଚାରି କାର୍ଯ୍ୟ କରନ୍ତୁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ଗୋପନୀୟ କଥା ପ୍ରକାଶ କରିବାରୁ ନିବୃତ୍ତ ରୁହନ୍ତୁ। ଉତ୍ସାହର ସହ କାର୍ଯ୍ୟ କରି ସଫଳ ହେବେ। ଆର୍ଥିକକ୍ଷେତ୍ର ମଜଭୁତ ରହିବ। ବନ୍ଧୁବାନ୍ଧଙ୍କଠାରୁ ସହଯୋଗ ପାଇବେ।

ବିଛା: ନୂତନ କାର୍ଯ୍ୟ କରିବାର ଅବସର ପାଇବେ। ସମସ୍ୟାର ସମାଧାନ ଘଟିବ। ଗୁରୁଜନଙ୍କ ସହ ଅଧିକ ସମୟ କଟାଇବେ। ଅନେକ ଦିନର ଆଶା ପୂରଣ ହେବ।

ଧନୁ: ନିଜ ନିଷ୍ପତ୍ତିରେ ଅଟଳ ରହିବେ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚ ଦ୍ବାରା ଅର୍ଥାଭାବ ଦେଖାଦେଇ ପାରେ।

ମକର: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।

କୁମ୍ଭ: ପାରିବାରିକ କାର୍ଯ୍ୟରେ ଫସି ରହିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେଇ ଆଗକୁ ବଢ଼ିବେ। ଦୂରଯାତ୍ରାରୁ ସୁଫଳ ପାଇବେ। ବ୍ୟବସାୟରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।

ମୀନ: ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ। ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇ ପାରେ। ଆର୍ଥିକସ୍ଥିତ ମଜଭୁତ୍‌ ରହିବ। ନୂତନ ଗୃହ କରିବାର ଯୋଗ ରହିଛି।

Leave A Reply

Your email address will not be published.