ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୧୫-୦୩-୨୦୨୩)

ମେଷ: କୌଣସି ବିଷୟକୁ ନେଇ ଉତ୍ତେଜିତ ହୋଇପାରନ୍ତି। ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାେର। ବାଣିଜ୍ୟରେ ଲାଭ ମିଳିବ। ମହିଳାମାନେ ପରିଶ୍ରମୀ ହେବେ। ଆବଶ୍ୟକତାରୁ ଅଧିକ ବ୍ୟୟ ହୋଇପାରେ।

ବୃଷ: ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ବାଣିଜ୍ୟ ଲାଭଜନକ ରହିବ। ମହିଳାମାନେ ଦୃଢ଼ମନା ହେବେ। ବ୍ୟବହାରର ପାଇଁ ଲୋକପ୍ରିୟତା ଅର୍ଜନ କରିବେ।

ମିଥୁନ: ଅନ୍ୟ କଥାରେ ନିଜର ବହୁମୂଲ୍ୟ ସମୟକୁ ନଷ୍ଟ କରନ୍ତୁ ନାହିଁ। ପରିବାର- ବର୍ଗଙ୍କ ସହ ଦୂରସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

କର୍କଟ : ଅନୁକୂଳ ପରିସ୍ଥିତିର ସଠିକ୍‌ ଉପଯୋଗ କରିବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ନୂତନ ନିବେଶ ପାଇଁ ଭଲ ସୁଯୋଗ ରହିଛି।

ଏଥିସହିତ ପଢ଼ନ୍ତୁ

ସିଂହ: ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ସାହିତ୍ୟ ପ୍ରତି ରୁଚି ବଢ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାର ସହ ଦିନଟି ଭଲରେ କଟିବ। ଚକ୍ଷୁ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିପାରେ।

କନ୍ୟା: ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇପାରେ। ଭିନ୍ନ ଭିନ୍ନ ଲୋକଙ୍କ ମତାମତ ଶୁଣି ଦ୍ବନ୍ଦ୍ବରେ ପଡ଼ି ଯାଇପାରନ୍ତି। ବ୍ୟବସାୟୀମାନେ ଆଶାନୁଯାୟୀ ଲାଭ ପାଇବେ ନାହିଁ।

ତୁଳା: ପ୍ରିୟଜନଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। କ୍ୟାରିୟର ପାଇଁ ନୂତନ ପଥ ଉନ୍ମୋଚନ ହେବ। ନୂତନ ନିଯୁକ୍ତି ପାଇବାର ସୁଯୋଗ ରହିଛି। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ।

ବିଛା: କ୍ୟାରିୟର ସମ୍ବନ୍ଧୀୟ ବଡ଼ ସଫଳତା ପାଇପାରନ୍ତି। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ। ଦାୟିତ୍ବଭାର ଅଧିକ ରହିବାରୁ ମାନସିକ ଅବସାଦର ଶିକାର ହୋଇପାରନ୍ତି।

ଧନୁ: ସମାଜର ମଙ୍ଗଳ ପାଇଁ କିଛି କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଆର୍ଥିକସ୍ଥିତିରେ ଲାଭାନ୍ବିତ ହୋଇପାରନ୍ତି। ନିଜ ବ୍ୟବହାର ପାଇଁ ଅନ୍ୟମାନଙ୍କ ପାଖରେ ଉଦାହରଣ ପାଲଟିବେ।

ମକର: ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ଶତ୍ରୁମାନଙ୍କ କୂଟଚକ୍ରାନ୍ତରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଜୀବନ ସାଥୀଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଉନ୍ନତିର ନୂତନ ପଥ ଉନ୍ମୁକ୍ତ ହେବ। କିଛି ଶୁଭ ଖବର ପାଇ ଉତ୍ସାହିତ ହୋଇପାରନ୍ତି। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ମୀନ: ଦିନଟିରେ ଜଗିରହି ଚଳନ୍ତୁ। ଅତ୍ୟଧିକ ଚିନ୍ତା କରି ପରିସ୍ଥିତିକୁ ବିଗାଡ଼ି ଦେଇପାରନ୍ତି। ସହକର୍ମୀଙ୍କ ସହ ବାଦବିଦାଦ ଦେଖାଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ।

Leave A Reply

Your email address will not be published.