ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୧୪-୦୯-୨୦୨୨)

ମେଷ: ପଡ଼ୋଶୀଙ୍କ ସହଯୋଗରେ ସମସ୍ୟାରୁ ମୁକ୍ତି ପାଇବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ। କ୍ୟାରିୟରରେ ଉନ୍ନତି କରିବା ପାଇଁ ନୂତନ ଅବସର ପ୍ରାପ୍ତି ହେବ। ଦୀର୍ଘଦିନର ସମସ୍ୟାର ଅନ୍ତ ଘଟିବ।

ବୃଷ: ଅକସ୍ମାତ୍‌ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। କାର୍ଯ୍ୟ ବିଳମ୍ବ ପାଇଁ ମନସ୍ତାପ କରିପାରନ୍ତି। ସାଙ୍ଗସାଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ଚିନ୍ତିତ ରହିବେ। ଆର୍ଥିକସ୍ଥିତି ମଜଭୁତ୍‌ ହୋଇପାରେ।

ମିଥୁନ: ଆଧ୍ୟାତ୍ମିକ ଚିନ୍ତାରେ ସମୟ କଟିବ। ବନ୍ଧୁବାନ୍ଧଙ୍କ ସହ ସମ୍ପର୍କରେ ସୁଧାର ଆସିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଦରକାରୀ କାଗଜରେ ଦସ୍ତଖତ କରିବାରୁ ନିବୃତ୍ତ ରୁହନ୍ତୁ।

କର୍କଟ: ଅତ୍ୟଧିକ ଚିନ୍ତା କରି ଅଶାନ୍ତ ରହିବେ। ପରିବାରରେ ସକାରାତ୍ମକ ଭାବଧାରା ଦେଖାଦେବ। ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ। କଠିନ କାର୍ଯ୍ୟକୁ ଅତି ସହଜରେ ସମାପନ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଅଧିକ ସମୟ ପରିବାରବର୍ଗଙ୍କ ସହ ବିତେଇବେ। ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।

କନ୍ୟା: ନୂତନ ଯୋଜନା କରି ସଫଳ ହେବେ। ଅସହାୟ ବ୍ୟକ୍ତିଙ୍କୁ ଦାନ କରିବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ।

ତୁଳା: ଧୈର୍ଯ୍ୟ ଓ ସାହସର ସହ ପରିସ୍ଥିତିକୁ ସାମ୍ନା କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାଙ୍ଗସାଥୀଙ୍କ ସହଯୋଗରେ ଉତ୍ସାହିତ ହେବେ।

ବିଛା: ପ୍ରିୟଜନଙ୍କୁ ମନର କଥା କହି ଆତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।

ଧନୁ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ। ସମାଜରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

ମକର: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଳସ୍ୟତା ଅନୁଭବ କରିବେ। ଗୁରୁଜନଙ୍କ ଆଶୀର୍ବାଦର ଅଧିକାରୀ ହେବେ। ଅନାବଶ୍ୟକ ନିବେଶରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଶତ୍ରୁମାନଙ୍କର କୂଟ ଚକ୍ରାନ୍ତର ଶିକାର ହେବେ। କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁନଶ୍ଚ ଭାବି ଦେଖନ୍ତୁ। ପ୍ରିୟଜନଙ୍କ ସହ ସମ୍ପର୍କରେ ଦୃଢ଼ତା ବଢ଼ିବ।

ମୀନ: କଠିନ ପରିସ୍ଥିତିର ମୁକାବିଲା କରିବେ। କାର୍ଯ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।

Leave A Reply

Your email address will not be published.