ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୧୩-୦୭-୨୦୨୨)

ମେଷ: ଦେହ ଓ ମନ ଭଲ ରହିବେ। ନିକଟତମ ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବେ। ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବେ।

ବୃଷ: ନିଜ ଇଚ୍ଛା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥହାନିର ଶିକାର ହେବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଲାଭ କରିବେ। ପରିବାରବର୍ଗଙ୍କଠାରୁ ନକାରାତ୍ମକ ପ୍ରତିକ୍ରିୟା ମିଳିପାରେ।

ମିଥୁନ: ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ ରହିବେ। ମହିଳାମାନେ ଉତ୍ସାହିତ ରହିବେ। ବ୍ୟବସାୟରେ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀ ଚଳଚଞ୍ଚଳ ରହିବେ। ବିଦେଶ ଯାତ୍ରା ଯୋଗ ରହିଛି।

କର୍କଟ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ଦୃଢ଼ତା ବୃଦ୍ଧି ପାଇବ। ବାଣିଜ୍ୟରେ ଆୟବୃଦ୍ଧି ହେବ। ମନରେ ସକାରାତ୍ମକ ଭାବନା ରଖନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। କର୍ମକ୍ଷେତ୍ରରେ କୌଣସି କାର୍ଯ୍ୟ ନେତୃତ୍ବ ନେଇ ସମାପନ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ପାରିବାରିକ ସମ୍ପର୍କରେ ଉତ୍ତମ ବୁଝାମଣା ସୃଷ୍ଟି ହେବ।

କନ୍ୟା: କେତେକ ବିଷୟକୁ ନେଇ ଉତ୍ତେଜନାରେ ରହିବେ। କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ କଟିବ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରାରେ ଯାଇ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀ ଅମାନିଆ ସ୍ବଭାବର ହୋଇପାରନ୍ତି।

ତୁଳା: ଭିନ୍ନ ଭିନ୍ନ ପରିସ୍ଥିତିରେ ପଡ଼ି କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅର୍ଥନୀତି କାରବାରରେ ଅପ୍ରୀତିକର ପରିସ୍ଥିତି ଉପୁଜିପାରେ। ପରିବାରବର୍ଗଙ୍କ ସହଯୋଗ ପାଇବେ।

ବିଛା: କମ୍‌ ପରିଶ୍ରମ କରି ମଧ୍ୟ ଭଲ ଫଳ ପାଇବେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ଭଲ ରହିବ। ଅବହେଳାର ଶିକାର ହୋଇପାରନ୍ତି।

ଧନୁ: ଦିନଟିରେ ହତୋତ୍ସାହ ମନେ କରିପାରନ୍ତି। ଅଧିକ ପରିଶ୍ରମ କରିବାରୁ ଦୂରେଇ ରୁହନ୍ତୁ। ଦୀର୍ଘ ଦିନରୁ ବାକି ପଡ଼ିଥିବା ଧନ ଫେରିପାଇବେ। ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରିବେ।

ମକର: ବିଭିନ୍ନ ଉପାୟରେ ଅର୍ଥାଗମ ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ଦେଖାଦେଇପାରେ । ବ୍ୟବସାୟରେ ଉତ୍ତମ ଆୟ ହେବ। କ୍ୟାରିୟରରେ ଉନ୍ନତି ପାଇଁ ଛାତ୍ରଛାତ୍ରୀ ଚିନ୍ତିତ ରହିବେ।

କୁମ୍ଭ: ଅଯଥା ଖର୍ଚ୍ଚ କରି ଆର୍ଥିକ ସମସ୍ୟାର ଶିକାର ହେବେ। କର୍ମକ୍ଷେତ୍ରରେ ନିଷ୍ଠାପର ରହିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଦରକାରୀ କାଗଜ ପତ୍ର ପାଇଁ ଦାୟିତ୍ବବାନ୍‌ ହୁଅନ୍ତୁ।

ମୀନ: ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ସମସ୍ୟାରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ମହିଳାମାନେ ବିରକ୍ତମନା ହେବେ। ଗୁରୁଜନଙ୍କ ପରାମର୍ଶ ଦ୍ବାରା କାର୍ଯ୍ୟ କରିବେ।

Leave A Reply

Your email address will not be published.