ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୧୨ – ୧୦ – ୨୦୨୨ )

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ହରେଇଥିବା ଆତ୍ମବିଶ୍ବାସ ଫେରି ପାଇବେ । ଆଶା ମୁତାବକ କାର୍ଯ୍ୟରେ ସଫଳତା ପାଇ ନ ପାରନ୍ତି।

ବୃଷ: ଦିନଟି ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ମନରେ ସକାରାତ୍ମକ ଭାବ ନେଇ ଆଗକୁ ବଢ଼ିବେ। ପୁରୁଣା କାର୍ଯ୍ୟରେ ସର୍ବୋତ୍ତମ ଫଳ ପାଇବେ।

ମିଥୁନ: ଜୀବନରେ ପରିବର୍ତ୍ତନ ଦେଖାଦେଇପାରେ। ଅନେକ ବାଧାବିଘ୍ନ ଥାଇ ମଧ୍ୟ ନିର୍ବିଘ୍ନରେ ଆଗକୁ ବଢ଼ିବେ। ବୈବାହିକ ଜୀବନରେ ଭରପୂର ସୁଖ ମିଳିବ। ଉଚ୍ଚଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ।

କର୍କଟ: ମହିଳାମାନଙ୍କର ମନୋବଳ ବୃଦ୍ଧି ହେବ। ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ । ଘରୋଇ ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ । ସ୍ବଳ୍ପ ଅବହେଳା ମହଙ୍ଗା ସାବ୍ୟସ୍ତ ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ । କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ।

କନ୍ୟା: ନିଜ ଇଚ୍ଛା ଓ ରୁଚି ଅନୁସାରେ କାର୍ଯ୍ୟ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଦେଖାଦେବ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା: ଅତ୍ୟଧିକ ଚିନ୍ତା ଆପଣଙ୍କୁ କ୍ରୋଧିତ କରିପାରେ । ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହିବା ଆବଶ୍ୟକ। ସାଙ୍ଗମାନଙ୍କ ସାହାଯ୍ୟରେ ଆର୍ଥିକ ସମସ୍ୟା ଦୂର ହେବ। ପାରିବାରିକ ସମ୍ମାନ ଏବଂ ବିଶ୍ବାସର ବିକାଶ କରିବା ଆବଶ୍ୟକ।

ବିଛା: ପାରିବାରିକ କାର୍ଯ୍ୟ ପୂରଣ କରିବାରେ ସଫଳ ରହିବେ। ଆର୍ଥିକ ପରିସ୍ଥିତି ମଜଭୁତ ରହିବ। ମଉଜମସ୍ତିରେ ଦିନଟି କଟିବ। ନୂତନ ବ୍ୟକ୍ତିଙ୍କ ସମ୍ପର୍କରେ ଆସିପାରନ୍ତି।

ଧନୁ: ମାନସିକ ସ୍ତରରେ ଅତ୍ୟନ୍ତ ସକ୍ରିୟ ରହିପାରନ୍ତି। ଦୈନିକ କାର୍ଯ୍ୟରୁ ବାହାରି ମନୋରଞ୍ଜନ ପାଇଁ ଯାଇପାରନ୍ତି। କର୍ମକ୍ଷେତ୍ରରେ ପରିଶ୍ରମ କରି ସଫଳତା ପାଇବେ। ଜୀବନସାଥୀଙ୍କୁ ମନ କଥା କହି ସନ୍ତୋଷ ପାଇବେ।

ମକର: ଗୁରୁଜନଙ୍କଠାରୁ ଉପଯୁକ୍ତ ପରାମର୍ଶ ପାଇବେ । ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ରହିବେ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ।

କୁମ୍ଭ: କିଛି ଦରକାରୀ କାର୍ଯ୍ୟରେ ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଗରିବଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ।

ମୀନ: ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ଧାର୍ମିକ ମନୋବୃତ୍ତି ରଖିବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ନୂତନ ନିେବଶ କରି ଉତ୍ତମ ଫଳ ପାଇବେ।

Leave A Reply

Your email address will not be published.