ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୧୧-୦୮-୨୦୨୧)

ମେଷ:ଦେହ ଓ ମନ ଭଲ ରହିବ। ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ଚଳଚଞ୍ଚଳ ରହିବେ। କଳା,ବିଜ୍ଞାନ ଓ ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ:ଅନିଶ୍ଚିତତା କାରଣରୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବ। ବନ୍ଧୁବାନ୍ଧବଙ୍କ ସଙ୍ଗେ ମନାନ୍ତର ରହିବ। ଚାକିରିରେ କାର୍ଯ୍ୟ ବହୁଳ ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମିଥୁନ:କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ଚାକିରିରେ ସହଯୋଗ ପାଇବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଲାଭ ମିଳିବ।ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କର୍କଟ:କର୍ମକ୍ଷେତ୍ରରେ ଉତ୍ତେଜନା ରହିବ। ମହିଳାମାନେ ଦୁଶ୍ଚିନ୍ତାରେ ରହିବେ। ଚାକିରିରେ ବିରକ୍ତିକର ପରିସ୍ଥିତି ରହିବ। ପରିବହନ ଓ ବାଣିଜ୍ୟ ଚିନ୍ତାଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ଏଥିସହିତ ପଢ଼ନ୍ତୁ

ସିଂହ:ଦିନଚର୍ଯ୍ୟା ଆମୋଦପ୍ରମୋଦ ଭିତରେ କଟିବ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ଲୋକସମ୍ପର୍କ ବଢ଼ିବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କନ୍ୟା:ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରିରେ ସମସ୍ୟା ଘେରରେ ରହିବେ। ମହିଳାମାନେ ଅନ୍ୟମନସ୍କ ରହିବେ। ବାଣିଜ୍ୟ ପ୍ରତିକୂଳ ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ତୁଳା:ଆର୍ଥିକ ସମୃଦ୍ଧ ସହ ସୁଖସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଆଦରସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

ବିଛା:କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ରାଜନୀତିରେ ସୁନାମ ପାଇବେ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:ଯୋଜନା କରି ସୁଫଳ ପାଇବେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ମକର:ହେଉଥିବା କାର୍ଯ୍ୟ ବିଗିଡ଼ିଯାଇପାରେ। ରାଜନୀତିରେ ଶତ୍ରୁମାନେ ପ୍ରଭାବିତ ହେବେ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ:କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ।ଚାକିରିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ମୀନ:ଦିନଟିରେ କର୍ମତତ୍ପର ରହିବେ। ରାଜନୀତିରେ ସକ୍ରିୟ ରହିବେ।।ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

Leave A Reply

Your email address will not be published.