ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୧୦-୦୮-୨୦୨୨)

ମେଷ: ସମାଜରେ ଉତ୍ତମ ଆସନରେ ଅଂଳକୃତ ହେବେ। କର୍ମକ୍ଷେତ୍ରରେ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ବୃଷ: ଦିନଟିରେ କର୍ମତତ୍ପର ରହିବେ। କର୍ମକ୍ଷେତ୍ରରେ ସହଯୋଗ ମିଳିବ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ବଢ଼ିବ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କୌଣସି ଶୁଭ ଖବର ପାଇପାରନ୍ତି।

ମିଥୁନ: ସମାଜରେ ସୁନାମ ବୃଦ୍ଧିପାଇବ। ସାଂସାରିକ ସୁଖସନ୍ତୋଷ ପ୍ରାପ୍ତିରୁ ବଞ୍ଚିତ ହୋଇପାରନ୍ତି। ଲୋକପ୍ରିୟତା ବୃଦ୍ଧି ପାଇବ। ଗୃହକୁ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ମହିଳାମାନେ ଉତ୍ସାହୀ ରହିବେ ।

କର୍କଟ: କୌଣସି ଜରୁରି କାର୍ଯ୍ୟରେ ବିଳମ୍ବ ହେବାରୁ ମନସ୍ତାପ କରିବେ। କର୍ମକ୍ଷେତ୍ରରେ ଅସହଯୋଗ ଓ ସହକର୍ମୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା ରହିବ। ବ୍ୟବସାୟରେ ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ପ୍ରସିଦ୍ଧି ପାଇବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ପରିଶ୍ରମ ଅନୁସାରେ ଫଳ ପାଇବେ। ସାଙ୍ଗସାଥୀଙ୍କ ସହ ବିଦେଶ ଭ୍ରମଣ ଯୋଗ ରହିଛି।

କନ୍ୟା: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ବ୍ୟବସାୟରେ ଆଶା ଅନୁସାରେ ଲାଭ ପାଇବେ। ପାରିବାରିକ ସମ୍ପର୍କରେ ମଧୁରତା ବଢ଼ିବ।

ତୁଳା: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ଜନସେବାରେ ବ୍ରତୀ ହୋଇ ଆତ୍ମସନ୍ତୋଷ ପାଇବେ। ଛାତ୍ରଛାତ୍ରୀମାନେ ଅଧ୍ୟୟନପ୍ରିୟ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ବିଛା: ନିଜ ସମୟର ସଠିକ୍‌ ଉପଯୋଗ କରନ୍ତୁ। କର୍ମକ୍ଷେତ୍ରରେ ଆବଦ୍ଧଯୋଗ ମନେ ହୋଇପାରେ। ଅନ୍ୟର ବ୍ୟବହାରରେ ଅତିଷ୍ଟ ହୋଇପାରନ୍ତି। ସମସ୍ୟାର ସମାଧାନ ବାଟ ପାଇବେ।

ଧନୁ: କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇ ପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳା ହେବେ। ବ୍ୟବସାୟ ପ୍ରସାର ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

ମକର: ବିଭିନ୍ନ ଦିଗରୁ ହତୋତ୍ସାହ ହେବେ। ବାକି ପଡ଼ିଥିବା ଧନ ଫେରି ପାଇବେ। ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ନିଜ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ।

କୁମ୍ଭ: ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ। ନିଜ ମନକଥା ପ୍ରିୟଜନଙ୍କ ଆଗରେ କହି ଆତ୍ମସନ୍ତୋଷ ପାଇବେ।

ମୀନ: ସାଂସାରିକ ଅଶାନ୍ତି ଓ କଳହ ଦେଖାଦେଇ ପାରେ। ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ହତୋତ୍ସାହ ରହିବେ। ନିଜ ବୁଦ୍ଧି ବଳରେ ନୈରାଶ୍ୟଜନକ ସ୍ଥିତିକୁ ସୁଧାରି ନେବେ।

Leave A Reply

Your email address will not be published.